Posted inଖେଳ

ଅବିଶ୍ୱସନୀୟ କ୍ୟାଚ୍‌! ଅଷ୍ଟ୍ରେଲିଆ ବିପକ୍ଷରେ ଫିଲିପ୍ସ ହେଲେ ‘ସୁପରମ୍ୟାନ୍‌’…

ସିଡନୀ,୨୨।୧୦: ଅଷ୍ଟ୍ରେଲିଆରେ ଚାଲୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ସୁପର-୧୨ ମୁକାବିଲା ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୮୯ରନ୍‌ରେ ବୃହତ ବିଜୟ ଲାଭ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାଜିତ କରିବାରେ ନ୍ୟୁଜିଲାଣ୍ଡ ଖେଳାଳିମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଶେଷକରି ଫିଲ୍ଡିଂରେ ସେମାନେ ହୃଦୟ ଜିତିଛନ୍ତି।

ଗ୍ଲେନ ଫିଲିପ୍ସ ଏହି ମୁକାବିଲାରେ ଏଭଳି ଏକ କ୍ୟାଚ୍‌ ଧରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଇନିଂସର ୯ମ ଓଭରରେ ଫିଲିପ୍ସ ଧରିଥିବା ଏହି କ୍ୟାଚ୍‌କୁ ବର୍ତ୍ତମାନଠାରୁ ଟୁର୍ନାମେଣ୍ଟର ସର୍ବୋତ୍ତମ କ୍ୟାଚ୍‌ ଭାବେ ବିବେଚନା କରାଯାଉଛି।

ଉକ୍ତ ଓଭରରେ ମିଚେଲ ସାଣ୍ଟନରଙ୍କ ଦ୍ୱିତୀୟ ବଲ୍‌ରେ ଷ୍ଟୋନିସ୍‌ ଏକ କଭର୍‌ ଡ୍ରାଇଭ୍‌ ଲଗାଇବାକୁ ଚେଷ୍ଟା କରିଥିଲେ। ଏହା ଖରାପ ଶଟ୍‌ ଥିବା ଯୋଗୁ କ୍ୟାଚ୍‌ ହୋଇଥିଲା। ଏହାକୁ ଧରିବା ଲାଗି ଫିଲିପ୍ସ ଡିପ୍‌ରୁ ଦୌଡ଼ି ଥିଲେ। ପରେ ଡାଇଭ୍‌ କରି ଅବିଶ୍ୱସନୀୟ କ୍ୟାଚ୍‌ ଧରିଥିଲେ। ଏହି ଚେଷ୍ଟାରେ ସେ ତଳେ ପଡ଼ି ଯାଇଥିଲେ। ହେଲେ ସେ ବଲ୍‌କୁ ଛାଡ଼ି ନ ଥିଲେ।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Pahalgam Attack Response: ସେହି ଲାଲ ଫାଇଲ.. ଶାହା-ଜୟଶଙ୍କର ରାଷ୍ଟ୍ରପତିଙ୍କୁ ଭେଟି ଦେଲେ ପାକିସ୍ତାନ ଓ୍ବଂସର ପ୍ଲାନ?

ନୂଆଦିଲ୍ଲୀ,୨୪।୪: ସେହି ଲାଲ ଫାଇଲଟି ଶେଷରେ ରାଷ୍ଟ୍ରପତି ଭବନରେ ପହଞ୍ଚିଲା। ଗୁରୁବାର ସାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଷ୍ଟ୍ରପତି...

ଭୁଲବଶତଃ ସୀମା ପାର କରିଗଲେ BSF ଯବାନ, ଅଟକ ରଖିଲେ ପାକିସ୍ତାନ ରେଞ୍ଜର୍ସ

ନୂଆଦିଲ୍ଲୀ,୨୪।୪: ପଞ୍ଜାବର ଫିରୋଜପୁର ସେକ୍ଟରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ବୁଧବାର ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ)ର ଜଣେ ଯବାନ ଡ୍ୟୁଟି ସମୟରେ...

ଭାରତର ପ୍ରତିଶୋଧ ଭୟରେ ପାକିସ୍ତାନ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଭାରତୀୟଙ୍କ ଜୀବନ ଯିବା ପରେ ଭାରତ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା...

କଟକରେ ମହାନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକଙ୍କର ମୃତ୍ୟୁ

କଟକ,୨୪।୪: ଗୁରୁବାର କଟକରେ ମହାନଦୀରେ ଭାସି ଯାଇଥିବା ଦୁଇ ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ...

ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଭୁବନେଶ୍ୱର,୨୪।୪(ପ୍ରଭାତ ପାଣିଗ୍ରାହୀ): ଏକ ବଡ଼ ସଫଳତାରେ, ଖୋର୍ଦ୍ଧା ପୋଲିସ ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ଏକ ବିରାଟ ଠକେଇର ପର୍ଦ୍ଦାଫାଶ କରିଛି। ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ...

ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video

ନୂଆଦିଲ୍ଲୀ,୨୪।୪: ପ୍ରଥମ ପ୍ରେମିକାଙ୍କୁ ଧୋକା। ପୁଣି ଥରେ ପ୍ରେମରେ ପଡ଼ିଛନ୍ତି କ୍ରିକେଟର ପୃଥ୍ବୀ ଶ’। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି।...

ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୨୪ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ...

୧,୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪।୪: ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image