Categories: ବାଣିଜ୍ୟ

ଗ୍ଲେନ୍‌ର ଏକ୍ସକ୍ଳୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ହୋମ୍‌ ଆଣ୍ଡ କିଚେନ ଆପ୍ଲିଏନ୍ସ ବ୍ରାଣ୍ଡ୍‌ ଗ୍ଲେନ୍‌ (ଗ୍ଲେନ୍‌ ଆପ୍ଲିଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌)ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱର ବାପୁଜୀ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍‌ ଆପ୍ଲିଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଉପସଭାପତି (ସେଲ୍‌ସ) ସୌମେନ୍ଦ୍ର ମହାନ୍ତିଙ୍କ ସମେତ କମ୍ପାନୀର ସୁପର ଡିଷ୍ଟ୍ରିବ୍ୟୁଟର ଓଡ଼ିଶା ସଞ୍ଜୟ ଚୌଧୁରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ,ଗ୍ଲେନ୍‌ ଆପ୍ଲିଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସୁପର ଡିଷ୍ଟ୍ରିବ୍ୟୁଟର ଓଡ଼ିଶା ଆନୁକୂଲ୍ୟରେ ଶୁଭାରମ୍ଭ ହୋଇଥିବା ଗ୍ଲେନ୍‌ ଗ୍ୟାଲେରିରେ ବ୍ରାଣ୍ଡ୍‌ ବ୍ୟାପକ ସମ୍ଭାର ଉପଲବ୍ଧ। ବିଶେଷକରି ଚିମିନି,ଗ୍ୟାସ୍‌ ଷ୍ଟୋଭ, ବିଲ୍ଟ ଇନ୍‌ ହୋବ୍‌ସ, ମାଇକ୍ରୋଓ୍ବେଭସ, ଓଭେନସ ସହ ଫୁଡ୍‌ ପ୍ରୋସେସର, ମିକ୍ସର ଗ୍ରାଇଣ୍ଡର ଭଳି ଅନେକ ଆବଶ୍ୟକ ଗୃହୋପକରଣ ଏଠାରେ ସୁଲଭ ମୂଲରେ ମିଳିଥାଏ। ଏପରିକି ଗୁଣାତ୍ମକ ସାମଗ୍ରୀ ସାଙ୍ଗକୁ ଗ୍ରାହକଙ୍କ ବିଶ୍ୱାସଭାଜନ ପାଇଁ ବ୍ରାଣ୍ଡ୍‌ ଅନେକ ପ୍ରକାର ସୁବିଧା ଉପଭୋକ୍ତାଙ୍କୁ ଯୋଗାଇଦେଇଥାଏ ବୋଲି ସଞ୍ଜୟ ଚୌଧୁରୀ ବିସ୍ତୃତ ମତବ୍ୟକ୍ତ କରିଛନ୍ତି।

Share