Posted inଖେଳ

‘ଭାରତରେ ମିଳୁଛି ବିଶ୍ୱସ୍ତରୀୟ ସୁବିଧା’

ନୂଆଦିଲ୍ଳୀ,୩ା୪: ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଓଡ଼ିଆ ଜାଭେଲିନ୍‌ ଥ୍ରୋୟର କିଶୋର ଜେନା ଭାରତରେ ଆଥ୍‌ଲେଟଙ୍କ ପାଇଁ ରହିଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଖେଳାଳିଙ୍କୁ ମିଳୁଥିବା ସୁବିଧା ବିଶ୍ୱର ଶ୍ରେଷ୍ଠ ବୋଲି କହିବା ସହ ଆମକୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି ପ୍ରକାଶ କରିଛନ୍ତି। ଆଥ୍‌ଲେଟମାନେ ନିଜକୁ ବିଶ୍ୱର ଅନ୍ୟ ଖେଳାଳିଙ୍କ ତୁଳନାରେ ଶ୍ରେଷ୍ଠ ଭାବରେ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି। ଟପ୍ସ ସ୍କିମ୍‌ରେ ସାମିଲ ଥିବା କିଶୋର ଫେବୃଆରୀ ୫ରୁ ମାର୍ଚ୍ଚ ୧୦ ମଧ୍ୟରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ୩୫ ଦିନର ଅଭ୍ୟାସ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଭାରତରେ ଅଭ୍ୟାସ ପାଇଁ ରହିଥିବା ସୁବିଧା ବିଶ୍ୱସ୍ତରୀୟ ଓ ଅଷ୍ଟ୍ରେଲିଆଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସେ କହିଛନ୍ତି । ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ) ଓ କ୍ରୀଡା ମନ୍ତ୍ରଣାଳୟ ଆଥ୍‌ଲେଟମାନଙ୍କର ଉଚିତ ଯତ୍ନ ନେଉଛି ବୋଲି କହିଛନ୍ତି କିଶୋର। ଆମ ଆଥ୍‌ଲେଟଙ୍କ ନିକଟରେ ନିଜକୁ ଶ୍ରେଷ୍ଠ ବୋଲି ଭାବିବାର ମାନସିକତା ଅଭାବ ରହୁଛି। ତେବେ ଧୀରେ ଧୀରେ ଏଥିରେ ମଧ୍ୟ ଉନ୍ନତି ଆସିବାରେ ଲାଗିଲାଣି ବୋଲି ସେ କହିଛନ୍ତି।
ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେବାର ଲକ୍ଷ୍ୟ ରଖିଛନ୍ତି କିଶୋର। ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜେତା ଖେଳାଳି ଜଣଙ୍କ ଏହା ପୂର୍ବରୁ କିନ୍ତୁ ଡାଇମଣ୍ଡ ଲିଗ୍‌ରେ ନିଜର ଛାପ ଛାଡିବାକୁ ଆଗ୍ରହୀ। ଟପ୍‌-୩ ମଧ୍ୟରେ ଫିନିଶ କରିବା ସହ ଏକ୍ସକ୍ଲୁସିଭ୍‌ ଭାରତୀୟ ଲିଗ୍‌ରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।
ଗତବର୍ଷ ୭୮.୫୪ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରେ ଉନ୍ନତି ଆଣିବା ସହ ଏସିଆନ୍‌ ଗେମ୍ସରେ ୮୭.୫୪ ମିଟରର ଦୂରତା ହାସଲ କରିଥିଲେ କିଶୋର। ପ୍ରଥମ ଥର ପାଇଁ ସେ ମେ’ ୧୦ରେ ହେବାକୁ ଥିବା ଦୋହା ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ। ଏହା ପରେ ସେ ମେ’ ୨୮ରେ ଚେକ୍‌ ରିପବ୍ଲିକ୍‌ରେ ହେବାକୁ ଥିବା ଗୋଲ୍ଡେନ ସ୍ପାଇକ୍‌ ଇଭେଣ୍ଟ ଓ ଜୁଲାଇ ୭ରେ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ। ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଦୋହରାଇ ପାରିଲେ ଡାଇମଣ୍ଡ ଲିଗ୍‌ର ପ୍ରଥମ ୩ ସ୍ଥାନରେ ରହିପାରିବେ ବୋଲି କହିଛନ୍ତି କିଶୋର। ବର୍ତ୍ତମାନ ସୁଦ୍ଧା କେବଳ ୩ ଜଣ ଭାରତୀୟ ଡାଇମଣ୍ଡ ଲିଗ୍‌ରେ ପ୍ରଥମ ୩ ସ୍ଥାନ ହାସଲ କରିପାରିଛନ୍ତି। ଅଲିମ୍ପିକ୍ସ ତଥା ବିଶ୍ୱ ଚାମ୍ପିୟନ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା, ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ଓ ଡିସ୍‌କସ ଥ୍ରୋୟର ବିକାଶ ଗୌଡ ପ୍ରଥମ ୩ ସ୍ଥାନରେ ଫିନିଶ କରିଛନ୍ତି।
ପୂର୍ବରୁ କିଶୋର ଭାରତରେ ଅଭ୍ୟାସ କରୁଥିବା ବେଳେ ବିଶ୍ୱ ଚାମ୍ପିୟନଶିପ୍‌ରେ ପଞ୍ଚମ ସ୍ଥାନ ଓ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଅର୍ଜନ କରିଥିଲେ। ଭାରତରେ ଅଭ୍ୟାସ ପାଇଁ ବିଶ୍ୱର ସର୍ବଶ୍ରେଷ୍ଠ ସୁବିଧା ରହିଛି। ଏନ୍‌ଆଇଏସ୍‌ ପଟିଆଲାର ସୁବିଧାକୁ କିଶୋର ବେଶ୍‌ ପ୍ରଶଂସା କରିଛନ୍ତି। ତେବେ ଶୀତଦିନେ ଥଣ୍ଡା ଓ କୁହୁଡି କାରଣରୁ ଅଭ୍ୟାସରେ ସମସ୍ୟା ରହୁଥିବାରୁ ସାଇକୁ ଗୋଲ୍ଡକୋଷ୍ଟରେ ପ୍ରଶିକ୍ଷଣ ପାଇଁ ଅନୁରୋଧ କରାଯାଇଥିଲା। ଗୋଲ୍ଡକୋଷ୍ଟରେ ଷ୍ଟ୍ରେନ୍ଥ ଓ ଟେକ୍‌୍‌ନିକ୍‌ ଉପରେ କାମ କରିଥିବା କହିଛନ୍ତି କିଶୋର। ଏସିଆନ୍‌ ଗେମ୍ସ ସମୟରେ ବେଣ୍ଡିଂ ଲେଗ୍‌ ଅଧିକ ବଙ୍କା ହେଉଥିବା ବେଳେ ଏହା ଉପରେ କାମ କରିବାକୁ ନୀରଜ ଚୋପ୍ରା ପରାମର୍ଶ ଦେଇଥିଲେ। ଏହା ଉପରେ କାମ କରିଥିବା ବେଳେ ୯୫ ପ୍ରତିଶତ ସୁଧାର ଆଣିଥିବା କହିଛନ୍ତି କିଶୋର। ମେ’ ୧୦ ତାରିଖରୁ ଦୋହା ଡାଇମଣ୍ଡ ଲିଗ୍‌ ଆରମ୍ଭ ହେଉଥିବା ବେଳେ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସେ ବିଦେଶରେ ରହିପାରନ୍ତି ବୋଲି କହିଛନ୍ତି କିଶୋର। ତେବେ ପ୍ୟାରିସ ଡାଇମଣ୍ଡ ଲିଗ୍‌ ପରଠାରୁ ଅଲିମ୍ପିକ୍ସ ଯାଏ ସେ ପ୍ୟାରିସ୍‌ରେ ରହିବେ ବୋଲି କହିଛନ୍ତି କିଶୋର। ଉଲ୍ଲେଖଯୋଗ୍ୟ ଯେ, ପ୍ୟାରିସ୍‌ ଅଲିମ୍ପିକ୍ସର କ୍ୱାଲିଫାଇଙ୍ଗ ଇଭେଣ୍ଟ ଅଗଷ୍ଟ ୬ ତାରିଖରେ ଓ ଫାଇନାଲ ଅଗଷ୍ଟ ୮ ତାରିଖରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri