ହୋଷ୍ଟ ହେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ ଥିଲେ ବି ଦେଶରେ ତାଙ୍କର ଖୁବ୍ ଚର୍ଚ୍ଚା ହେଉଛି । ନିକଟରେ ସେ ଏକ ପ୍ରୋଗାମର ହୋଷ୍ଟ ସାଜିଥିଲେ । ଆଉ ଏଥିରେ ତାଙ୍କ ଲୁକ୍ସ ଦର୍ଶକଙ୍କୁ ଫିଦା କରିଥିଲା । ପିସି ଗ୍ଲୋବାଲ ସିଟିଜନ ଲାଇଭ୍ ପ୍ରୋଗ୍ରାମରେ ହୋଷ୍ଟ ଭାବେ ନଜର ଆସିଥିଲେ । ବ୍ଲୁ କଲର ଫ୍ଲୋରାଲ ଡ୍ରେସରେ ଖୁବ ସୁନ୍ଦର ଲାଗୁଥିଲେ ଏହି ନାୟିକା । ଏହା ବିଶ୍ୱର ସବୁଠାରୁ ବଡ ମ୍ୟୁଜିକାଲ ନାଇଟ୍ ହୋଇଥିବା ବେଳେ ଏହାକୁ ହୋଷ୍ଟ କରିବାକୁ ପ୍ରିୟଙ୍କା ଚୋପ୍ରା ଓ ଅନିଲ କପୁରଙ୍କୁ ସୁଯୋଗ ମିଳିଥିଲା । ଏବେ ଏହି ମ୍ୟୁଜିକାଲ ନାଇଟର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରିୟଙ୍କା ଖୁବ୍ ସୁନ୍ଦର ଲାଗୁଛନ୍ତି । ପ୍ରୋଗ୍ରାମ ପୂର୍ବରୁ ପିସି ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯେଉଁଥିରେ ସେ କହିଥିଲେ କି ଗ୍ଲୋବାଲ ସିଟିଜନ ଲାଇଭ୍ ପ୍ରୋଗ୍ରାମ ପାଇଁ ମୁଁ ପ୍ୟାରିସରେ ଅଛି । ଏହା ପୂର୍ବରୁ ପ୍ରିୟଙ୍କା ପ୍ୟାରିସର ଏଫିଲ ଟାୱାର ନିକଟରେ ଫଟୋଶୁଟ୍ କରିଥିଲେ । ଏହି ଫଟୋକୁ ଦେଖି ପତି ନିକ୍ ଜୋନସ୍ ବି କମେଣ୍ଟ କରିବାକୁ ଭୁଲି ନ ଥିଲେ । ଏହାର କିଛି ଫଟୋ ଶେୟାର କରି ପିସି ଶର୍ମିଲା ଟାଗୋର ଓ ରାଜ କପୁରଙ୍କ ମୁଭି ନାଁରେ ଲେଖିଥିଲେ ଆନ୍ ଇଭିନିଂ ଆଟ୍ ପ୍ୟାରିସ ।

Share