Categories: ଜାତୀୟ

ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତରେ ସବୁଠୁ ଅଧିକ ଆବଶ୍ୟକ ହେବ ବିଜୁଳି

ନୂଆଦିଲ୍ଲୀ,୧୧।୨: ଭାରତରେ ଆସନ୍ତା ୨୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବିଜୁଳି ଆବଶ୍ୟକ ହେବ। ଏହି ଚାହିଦା ସହିତ ୟୁରୋପୀୟ ସଂଘକୁ ପଛରେ ପକାଇ ଭାରତ ତୃତୀୟ ବୃହତ୍ତମ ଉପଭୋକ୍ତା ହେବ।

ଅନ୍ତଃରାଷ୍ଟ୍ରୀୟ ବିଜୁଳି ଏଜେନ୍ସି (ଆଇଇଏ)ର ରିପୋର୍ଟ ଅନୁଯାୟୀ, ଭାରତରେ ଶକ୍ତି ବ୍ୟବହାର ପ୍ରାୟ ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି। ମଙ୍ଗଳବାର ପ୍ରକାଶିତ ଇଣ୍ଡିଆ ଏନର୍ଜି ଆଉଟ୍‌ଲୁକ୍‌ ୨୦୨୧ରେ ଆଇଇଏ ଏହାର ବିସ୍ତୃତ ବିବରଣୀ ଦେଇଛି।

ଦେଶରେ ବିଦ୍ୟୁତ ଯୋଗାଣ ବର୍ତ୍ତମାନ ୪ ପ୍ରତିଶତ ରହିଛି। କିନ୍ତୁ ୨୦୪୦ ସୁଦ୍ଧା ଏହି ଆକଳନ ୧୮ ଗୁଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ୨୦୪୦ ସୁଦ୍ଧା ଭାରତର ଡିଜିପି ଅଭିବୃଦ୍ଧି ଜାପାନର ଅର୍ଥନୀତି ସହ ସମାନ ହେବ। ୨୦୧୯ରୁ ୨୦୪୦ ପର୍ଯ୍ୟନ୍ତ ବିଶ୍ୱର ବିଦ୍ୟୁତ ଶକ୍ତି ଚାହିଦା ରହିବ।

Share