ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ସହ ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାର କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏହି ନୂତନ ଅବସ୍ଥାନ ସମଗ୍ର ଭାରତ, ଜିସିସି ଦେଶ ଏବଂ ଯୁକ୍ତରାଷ୍ଟ୍ରର ପ୍ରମୁଖ ବଜାରରେ ବ୍ରାଣ୍ଡ୍‌ର ଉପସ୍ଥିତି ବଢ଼ାଇବା ସହ ବିଶ୍ୱସ୍ତରୀୟ ମୋଟ ଶୋ’ରୁମ୍‌ ସଂଖ୍ୟା ୩୭୫ ରେ ପହଞ୍ଚାଇବାକୁ ଯୋଜନା କରିଛି। ସମ୍ପ୍ରତି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ୧୩ଟି ଦେଶରେ ୩୫୫ଟି ଶୋ’ରୁମ୍‌ ରହିଛି।

ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ପି ଅହମ୍ମଦ କହିଥିଲେ, ୨୦୨୪ ଅକ୍ଟୋବରରେ ୨୦ଟି ନୂତନ ଶୋ’ରୁମ୍‌ ଖୋଲିବା ଦ୍ୱାରା ବିଶ୍ୱର ଅଗ୍ରଣୀ ଖୁଚୁରା ଅଳଙ୍କାର ହେବା ଆମର ଦୃଷ୍ଟିକୋଣ ବୃଦ୍ଧି ପାଇବ। ଏପରିକି ଭାରତ ବାହାରେ, ୟୁଏଇ, କାତାର, କୁଏତ୍‌, ଓମାନ, ସାଉଦି ଆରବ, ବାହାରିନ୍‌, ସିଙ୍ଗାପୁର, ମାଲେସିଆ, ଆମେରିକା, ବ୍ରିଟେନ, କାନାଡା, ଏବଂ ଅଷ୍ଟ୍ରେଲିଆରେ ମାଲାବାର ଗ୍ରୁପ୍‌ର ବିଶ୍ୱସ୍ତରୀୟ ଉପସ୍ଥିତି ବିସ୍ତାରିତ ହୋଇଛି। କମ୍ପାନୀ ୨୬ଟି ଦେଶରେ ୨୧,୦୦୦ରୁ ଅଧିକ ପେସାଦାରଙ୍କୁ ନିୟୋଜିତ କରିଛି; ଯାହା ସାଂସ୍କୃତିକ ବିବିଧତା ଏବଂ ଗ୍ରାହକ ସେବା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଥାଏ। ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ୮ ଦେଶରେ ୧୪ ଟି ହୋଲ୍‌ସେଲ ୟୁନିଟ୍‌, ୫ଟି ଦେଶରେ ୧୫ ଟି ଅଳଙ୍କାର ଉପତ୍ାଦନ ୟୁନିଟ୍‌, ଡିଜାଇନ ଷ୍ଟୁଡିଓ ରହିଛି। ୨୫ ଟିରୁ ଅଧିକ ସ୍ବତନ୍ତ୍ର ବ୍ରାଣ୍ଡ୍‌ କଲେକ୍ସନ ସହିତ ୧୦୦ଟି ଦେଶରେ ଏହା ୧୫ ମିଲିୟନରୁ ଅଧିକ ସନ୍ତୁଷ୍ଟ ଗ୍ରାହକଙ୍କୁ ସେବା ଯୋଗାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୫।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

ନିବାଭ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଭାରତର ସର୍ବବୃହତ ଘରୋଇ ଲିଫ୍ଟ ବ୍ରାଣ୍ଡ୍‌ ନିବାଭ୍‌ ଲିଫ୍ଟର ନୂତନ ଉତ୍ପାଦ ‘ନିବାଭ୍‌ ସିରିଜ୍‌-୪ ହୋମ୍‌ ଲିଫ୍ଟ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ସାମନ୍ତରାପୁରରେ ଖିମଜୀ ଜୁଏଲର୍ସର ନୂତନ ଆଉଟଲେଟ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ସାମନ୍ତରାପୁର ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ ଦିନେଶ ଖିମ୍‌ଜୀ...

ରପ୍ତାନିକୁ ପ୍ରଭାବିତ କରୁଛି କଣ୍ଟେନର ଅଭାବ

ଭୁବନେଶ୍ୱର,୧୬।୯, (ଅନୁରାଧା ମହାରଣା): ମାଲ ପରିବହନ ବୃଦ୍ଧି, କଣ୍ଟେନର ଅଭାବ ଏବଂ ପ୍ରମୁଖ ରପ୍ତାନି ତଥା ବିଦେଶୀ ପରିବହନକାରୀଙ୍କ ଉପରେ ନିର୍ଭରଶୀଳତା ଦେଶର ରପ୍ତାନି କ୍ଷେତ୍ରରେ...

ୟୁକୋ ବ୍ୟାଙ୍କର ହାରାହାରି ୩୪% ମହିଳା କର୍ମଚାରୀ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଅଲ୍‌ ଇଣ୍ଡିଆ ୟୁକୋ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ସର୍ବଭାରତୀୟ ୟୁକୋ ବ୍ୟାଙ୍କ ଅଧିକାରୀ ସଙ୍ଗଠନ) ପକ୍ଷରୁ ଏକ ଦିନିକିଆ ମହିଳା ଅଧିକାରୀଙ୍କ ଜାତୀୟ...

ଟାଟା ମୋଟର୍ସର ଫେଷ୍ଟିଭାଲ ଅଫ୍‌ କାର୍‌ସ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ରିହାତି ଅଫର ‘ଫେଷ୍ଟିଭାଲ ଅଫ୍‌ କାର୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପୂର୍ବରୁ...

୭୩% ଭାରତୀୟ ଗ୍ରାହକଙ୍କ ପସନ୍ଦ ଅନ୍‌ଲାଇନ ଶପିଂ

ନୂଆଦିଲ୍ଲୀ,୧୫।୯ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ସବୁ ବର୍ଗର ଭାରତୀୟ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ କିଣାକିଣି କରିବାକୁ ଅଧିକ ପସନ୍ଦ କରୁଛନ୍ତି।...

ଫ୍ଲିପ୍‌କାର୍ଡରେ ଜବରଦସ୍ତ ଅଫର୍‌: ଶସ୍ତାରେ ମିଳିବ ଏହି ୨୪ ସ୍ମାର୍ଟଫୋନ

ଆଗକୁ ଆସୁଛି ପାର୍ବଣ ଋତୁ। ଏଥର ଫ୍ଲିପକାର୍ଟ ଏବଂ ଆମାଜନ ଏକ ବମ୍ପର ସେଲ୍‌ ଆରମ୍ଭ ହେବାକୁ ଯାଉଛି। ଫ୍ଲିପକାର୍ଟ ବିଗ୍‌ ବିଲିୟନ ଡେ’ରେ ଗ୍ରାହକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri