Categories: ଖେଳ

ଗ୍ଲୋବାଲ-ନୀଲକମଲ ମ୍ୟାଚ ଡ୍ର

ଭୁବନେଶ୍ୱର, ୧୯।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍‌ରେ ଶୁକ୍ରବାର ଗ୍ଲୋବାଲ ଫୁଟବଲ କ୍ଲବ ଓ ନୀଲକମଲ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ କେହି ଗୋଲ ଦେଇପାରି ନ ଥିଲେ। ଫଳରେ ଶେଷରେ ଗୋଲଶୂନ୍ୟ ଡ୍ର ରହିଥିଲା। ଗ୍ଲୋବାଲ ଫୁଟବଲ କ୍ଲବର ଗୋଲ କିପର ସତ୍ୟମ୍‌ ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଗ୍ଲୋବାଲ ଫୁଟବଲ କ୍ଲବର ୨ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ ଓ ଡ୍ର ସହିତ ୩ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ନୀଲକମଲ କ୍ଲବ ୨ଟି ଯାକ ମ୍ୟାଚ ଡ୍ର ରଖି ୨ ପଏଣ୍ଟରେ ରହିଛି। ଗ୍ଲୋବାଲ ଏହାର ପ୍ରଥମ ମ୍ୟାଚରେ ଆର୍ଡୋର ଫୁଟବଲ କ୍ଲବକୁ ୨-୦ ଗୋଲରେ ପରାସ୍ତ କରିଥିଲା।

Share