୨୦୪୦ ସୁଦ୍ଧା ବିଶ୍ୱରେ ୩ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ୍‌ ପ୍ରଦୂଷଣ, ପ୍ରଦୂଷଣର ୫୨ପ୍ରତିଶତ ଆବର୍ଜନା ପାଇଁ ଦାୟୀ ରହିବ ଭାରତ

ନୂଆଦିଲ୍ଲୀ,୩।୮: ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ହେତୁ ଏହି ବର୍ଷ ୬,୮୬,୪୨,୯୯୯ ଟନ ଅତିରିକ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାଟିରେ ମିଶିଯିବ। କିନ୍ତୁ ୨୦୪୦ ସୁଦ୍ଧା ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ ତିନିଗୁଣ ବୃଦ୍ଧି ପାଇବ। ୨୦୨୩ରେ ଉତ୍ପାଦନ ହେବାକୁ ଥିବା ୧୫୯ ନିୟୁତ ଟନ ପ୍ଲାଷ୍ଟିକ ମଧ୍ୟରୁ ୪୩ ପ୍ରତିଶତ ପ୍ରଦୂଷଣ ସୃଷ୍ଟି କରିବ।

ସ୍ବିସ ଅନୁସନ୍ଧାନ ପରାମର୍ଶଦାତା ଆର୍ଥ ଆକ୍ସନ ଅନୁଯାୟୀ, ଚାଇନା, ବ୍ରାଜିଲ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଋଷିଆ, ମେକ୍ସିକୋ, ଆମେରିକା, ସାଉଦି ଆରବ, କଙ୍ଗୋ, ଇରାନ ଏବଂ କାଜାଖସ୍ତାନ ସହିତ ଭାରତ ମଧ୍ୟ ସାମିଲ ଅଛି ଯାହା ଦୁନିଆରେ ହେଉଥିବା ପ୍ରଦୂଷଣର ୫୨ପ୍ରତିଶତ ଆବର୍ଜନା ପାଇଁ ଦାୟୀ ଅଟେ।

Share