ସପ୍ତାହେ ପାଇଁ ଘୁଞ୍ଚିଲା ରାଜ୍ୟ ସରକାରଙ୍କ କରୋନା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏବେ ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ ଜୁନ୍‌ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଉପଯୁକ୍ତ ପରିମାଣର ମିଳିପାରୁ ନ ଥିବାରୁ ଗ୍ଲୋବାଲ ଟେଣ୍ଡର ଲାଗି ଯୋଜନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଆହ୍ବାନ ପରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କମ୍ପାନୀ ଟେଣ୍ଡରରେ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ ବିଡ୍‌ ଖୋଲାଯିବାର କାର୍ଯ୍ୟକ୍ରମ ରହିଥିଲା। ଏହାପରେ ଫାଇନାନ୍‌ସିଆଲ ବିଡ୍‌ ଖୋଲାଯାଇଥାନ୍ତା। ହେଲେ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

Share