Categories: ଖେଳ

ସର୍ବଭାରତୀୟ ଟେନିସ: ସାନ୍‌ଭି ଚାମ୍ପିୟନ

ଭୁବନେଶ୍ୱର,୧୬।୯(ତପନ ସ୍ବାଇଁ): ଖୋର୍ଦ୍ଧା ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଅନୁଷ୍ଠିତ ଏଆଇଟିଏ ୧୪ ବର୍ଷରୁ କମ୍‌ ଟ୍ୟାଲେଣ୍ଟ ସିରିଜ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ସାନ୍‌ଭି ମହାନ୍ତି ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସାନ୍‌ଭି ନିଜ ରାଜ୍ୟର ମରିଶା ରାଉତଙ୍କୁ ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ସର୍ବଭାରତୀୟ ସ୍ତରରେ ସାନ୍‌ଭିଙ୍କର ଏହା ପ୍ରଥମ ଟାଇଟଲ। କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡ଼ିଶା ଟେନିସ ଏକାଡେମୀରେ ସେ ପ୍ରତିଷ୍ଠିତ କୋଚ୍‌ ସନ୍ତୋଷ କୁମାର ମଲିକଙ୍କଠାରୁ ଟ୍ରେନିଂ ନେଉଛନ୍ତି। ସାନ୍‌ଭି ସମ୍ପ୍ରତି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ଷ୍ଟାଣ୍ଡାର୍ଡ-୭ରେ ଅଧ୍ୟୟନ କରୁଛନ୍ତି। ନିଜର ଏହି ସଫଳତାର ଶ୍ରେୟ ସେ ମା’ ସ୍ମୃତି ଓ ବାପା ସଂଗ୍ରାମ ମହାନ୍ତିଙ୍କୁ ଦେଇଛନ୍ତି। ପ୍ରତିଯୋଗିତାର ବାଳକ ବିଭାଗ ଫାଇନାଲ ଶନିବାର ଅନୁଷ୍ଠିତ ହେବ।

Share