ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍ ଟାଇମ୍ସ୍ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ ସ୍ଥାପନ କରିଛି। ବିବାଦୀୟ ଜମିରେ ଚାଇନାର ପାଙ୍ଗଡ଼ା ଗାଁ ରହିଛି। ଗାଁର ଫଟୋ ମଧ୍ୟ ଗ୍ଲୋବାଲ ଟାଇମ୍ସ୍ ପକ୍ଷରୁ ଜାରି କରାଯାଇଛି। ଏବେ ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭୁଟାନ ସୀମାର ୨ କିଲୋମିଟର ଭିତରେ ଏହି ଗାଁ ରହିଛି। ଏଠାରେ ଚାଇନା ୯ କିଲୋମିଟର ଲମ୍ବ ଏକ ସଡ଼କ ରହିଛି। ଏହି ଗାଁରେ ୨୭ଟି ବାସଗୃହ ରହିଥିବାବେଳେ ବାସିନ୍ଦାଙ୍କ ସଂଖ୍ୟା ୧୨୪ ରହିଛି। ସେମାନେ ସେପ୍ଟେମ୍ବରଠାରୁ ଏଠାରେ ବାସ କରୁଛନ୍ତି। ଏଠାରେ ପୋଲିସ ଷ୍ଟେଶନ, ସ୍ବାସ୍ଥ୍ୟସେବା କେନ୍ଦ୍ର, ସୁପରମାର୍କେଟ୍, ସ୍କୁଲ ଆଦି ରହିଛି।