ବିଶ୍ୱତାପନ ଓ ପଶୁପାଳନ

ମାନେକା ଗାନ୍ଧୀ

ସବୁ ଦୁଃଖଯନ୍ତ୍ରଣାର ମୂଳ କାରଣ ହେଉଛି ମଣିଷ ଏବଂ ତାହା ତାକୁ ହିଁ ସହିବାକୁ ପଡିବ। ଏହା ହେଉଛି ଈଶ୍ୱରଙ୍କର,ବିଶ୍ୱ କିମ୍ବା ପ୍ରକୃତିର ଏକ କଠୋର ନିୟମ । ଧନୀ ହେଉ କିମ୍ବା ଗରିବ, ପୃଥିବୀରେ କେହି ଜଣେ ସୁଖୀ କି? ଏହି ନିୟମକୁ ହିନ୍ଦୁମାନେ କହନ୍ତି କର୍ମର ନିୟମ। ଅର୍ଥାତ୍‌ ସବୁ ତତ୍ତ୍ୱର ମୂଳ ହେଉଛି କର୍ମ ଓ ଏହା ଅନୁସାରେ ଫଳ ଭୋଗ କରିବାକୁ ହୁଏ ବୋଲି ଏମାନଙ୍କର ବିଶ୍ୱାସ। କିନ୍ତୁ ଅନ୍ୟ ସବୁ ଧର୍ମ ଏହାକୁ ଅସ୍ବୀକାର କରନ୍ତି। ଦୁଃଖ ବା ଯନ୍ତ୍ରଣାର ପ୍ରଥମ ତଥା ମୂଳ କାରଣ ହେଉଛି ଆମ ଖାଦ୍ୟଶୈଳୀ । ଦ୍ୱିତୀୟଟି ହେଉଛି ଟଙ୍କା, ଘର, ଗାଡ଼ି ଓ ବସ୍ତ୍ରାଦି ପାଇବାର କାମନା। ଏହି ଦୁଇଟି ଏ ପୃଥିବୀକୁ ଧ୍ୱଂସ କରୁଛି। କିନ୍ତୁ ପ୍ରଥମେ ଧ୍ୱଂସଲୀଳା ଆରମ୍ଭ ହେଉଛି ଆମ ଖାଦ୍ୟରୁ।
କିଭଳି ଦୁଃଖଚକ୍ର ସୃଷ୍ଟି ହୋଇଛି ତାହା ଲକ୍ଷ୍ୟ କରନ୍ତୁ। ଆମେ ମାଂସ ଖାଇବାକୁ ପ୍ରାଣୀଙ୍କୁ ପାଳିଥାଉ,ଯେଉଁମାନେ ଜଳବାୟୁ ପରିବର୍ତ୍ତନରେ ପ୍ରମୁଖ ଭୂମିକା ନେଉଛନ୍ତି। ଏହା ଏବେ ସାରା ପୃଥିବୀରେ ଭୟଙ୍କର ରୂପ ନେଇଛି, ଯାହା ଦେଶଗୁଡ଼ିକୁ ଗ୍ରାସ କରିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅଷ୍ଟ୍ରେଲିଆରେ ମାସ ମାସ ଧରି ଜଙ୍ଗଲ ଜଳୁଛି। ଦୀର୍ଘଦିନ ଧରି ଭୀଷଣ ବର୍ଷା ଯୋଗୁ ପଙ୍ଗପାଳ ବଂଶ ବୃଦ୍ଧି ହୋଇ ଆଫ୍ରିକା ଓ ଏସିଆରେ ବିପର୍ଯ୍ୟୟ ଘଟାଉଛନ୍ତି। ଏହି ଦୁଇଟି ଦୃଷ୍ଟାନ୍ତକୁ ବାଦ୍‌ ଦେଲେ ଏବେ ଜଳବାୟୁ ପରିବର୍ତ୍ତନର ଏକ ନୂଆ କାରଣ ଦେଖାଯାଇଛି। ଏହା ପୂର୍ବରୁ ଥିଲା। କିନ୍ତୁ ଏବେ ଗବେଷଣା କରାଯିବା ପରେ ଏ ସମ୍ପର୍କରେ ପ୍ରକାଶ କରାଯାଇଛି। ଆମେ ଗୋପାଳନ କରୁଛୁ ସତ, ହେଲେ ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଘରେ ବନ୍ଦ କରି ରଖୁଛୁ । ସେମାନେ ଚଳପ୍ରଚଳ ହୋଇ ନ ପାରି ଗୋବର ଉପରେ ଠିଆ ହୋଇ ରହନ୍ତି। କ୍ଷୀର ଧାରଣ କ୍ଷମତା ତଥା ମାଂସ ବୃଦ୍ଧି ପାଇଁ ସେମାନଙ୍କୁ ହର୍ମୋନ ଦିଆଯାଏ। ସେମାନଙ୍କୁ ଲଗାତର କୃତ୍ରିମ ଉପାୟରେ ଗର୍ଭଧାରଣ କରାଯାଇଥାଏ ଏବଂ ଖରାପ ଖାଦ୍ୟ ଦିଆଯାଏ। ଫଳସ୍ବରୂପ ସେମାନେ ରୋଗଗ୍ରସ୍ତ ହୋଇଯାଆନ୍ତି। ଭାରତରେ ଅଧିକାଂଶ ଗୋରୁ ମାଷ୍ଟିଟିସ, କ୍ୟାନ୍‌ସର, ଯକ୍ଷ୍ମା, ଖୁରା ଏବଂ ମୁଖରୋଗ ସହ ଅନ୍ୟ ରୋଗରେ ପୀଡିତ ହୁଅନ୍ତି। ରୋଗଗ୍ରସ୍ତ ଗାଈର କ୍ଷୀର କିମ୍ବା ମାଂସ ଖାଇଲେ ମଣିଷଙ୍କୁ ଏହି ସବୁ ରୋଗ ହେବା ନିଶ୍ଚିତ।
କାର୍ବନ ଡାଇଅକ୍ସାଇଡ୍‌, ମିଥେନ୍‌ ଏବଂ ନାଇଟ୍ରସ ଅକ୍ସାଇଡ- ଏହି ତିନୋଟି ଗ୍ୟାସ୍‌ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କରିବା ସହ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ। ଏମାନଙ୍କ ମଧ୍ୟରୁ ମିଥେନ ସବୁଠୁ ବିପଜ୍ଜନକ, କାର୍ବନ ଡାଇଅକ୍ସାଇଡ ନୁହେଁ। ବିଶ୍ୱତାପନ ବୃଦ୍ଧି କରିବାରେ କାର୍ବନ ଡାଇଅକ୍ସାଇଡଠାରୁ ମିଥେନ ୨୪ ଗୁଣ ଶକ୍ତିଶାଳୀ। ମିଥେନ ତିନୋଟି ଉତ୍ସ କୋଇଲା,ଚାଉଳ ଉତ୍ପାଦନ ଏବଂ ପଶୁପାଳନରୁ ଆସିଥାଏ। ପୃଥିବୀକୁ ଧ୍ୱଂସ କରିଦେବା ଲାଗି ଭାରତ, ଚାଇନା ଏବଂ ବ୍ରାଜିଲରୁ ନିର୍ଗମନ ମିଥେନ ଯଥେଷ୍ଟ ହେବ ବୋଲି ଜଣାପଡିଛି। ପ୍ରତିଦିନ ଗୋଟିଏ ଗାଈ ୬୦୦ ଲିଟର ମିଥେନ ବାୟୁମଣ୍ଡଳକୁ ଛାଡେ । ମାଂସ ପାଇଁ ପାଳନ କରାଯାଉଥିବା ଘୁଷୁରି,ଛେଳି,କୁକୁଡ଼ା ଏବଂ ଅନ୍ୟ ସମସ୍ତ ସୁସ୍ଥ ତୃଣଭୋଜୀ ପ୍ରାଣୀମାନେ ବିଭିନ୍ନ ପରିମାଣର ମିଥେନ ନିର୍ଗତ କରନ୍ତି। କିନ୍ତୁ ପୃଥିତ୍ବୀର ଅଧିକାଂଶ ପଶୁ ତ ରୁଗ୍‌ଣ। ଯନ୍ତ୍ରଣା ଭୋଗୁଥିତ୍ବା କୁକୁଡ଼ାଙ୍କ ଠାରୁ ଆରମ୍ଭ କରି ଗାଈ ଏବଂ ମଇଁଷି ସବୁ ରୁଗ୍‌ଣ। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ,ରୁଗ୍‌ଣ ପଶୁ ଅଧିକ ମିଥେନ ବାୟୁମଣ୍ଡଳକୁ ଛାଡ଼ିଥାଆନ୍ତି। ପରିବେଶ ଓ ମିଥେନର ଏକ ଭୟଙ୍କର ଚକ୍ର ସେମାନେ ଗବେଷଣାରେ ବି ଦେଖିବାକୁ ପାଇଛନ୍ତି। ଯେଉଁଠାରେ ମିଥେନ ଗ୍ୟାସ୍‌ ନିର୍ଗମନ ହୁଏ ତାହା ସେହି ଅଞ୍ଚଳ ସହ ପୃଥିତ୍ବୀର ତାପମାତ୍ରା ବୃଦ୍ଧି କରିଥାଏ। ବାୟୁମଣ୍ଡଳର ତାପମାତ୍ରା ଯେତେ ବଢ଼ିବ ରୋଗସୃଷ୍ଟିକାରୀ ଜୀବାଣୁ ସେତେ ଶୀଘ୍ର ବ୍ୟାପିବ। ଏହାଦ୍ୱାରା ଅସୁସ୍ଥ ପଶୁଙ୍କ ସଂଖ୍ୟା ବୃଦ୍ଧିପାଇବ। ସଂକ୍ଷେପରେ ରୁଗ୍‌ଣ ଗାଈ ପୃଥିତ୍ବୀକୁ ରୁଗ୍‌ଣ କରୁଛନ୍ତି ଏବଂ ଏକ ରୁଗ୍‌ଣ ପୃଥିବୀ ଗାଈଙ୍କୁ ଆହୁରି ରୋଗଗ୍ରସ୍ତ କରିପକାଉଛି। ଏହାକୁ ନିୟନ୍ତ୍ରଣ କରିବାକୁ କେବଳ ଗୋଟିଏ ବାଟ ରହିଛି। ବିଶ୍ୱତାପନରୁ ମୁକ୍ତି ପାଇବା ସହ ବଞ୍ଚିବାକୁ ଯଦି ଚାହଁୁଛ, ତେବେ ଗୋରୁ ଓ ମଇଁଷିଙ୍କ ସଂଖ୍ୟା କମାଇବାକୁ ପଡ଼ିବ। । ମାଂସ ରପ୍ତାନି ଏବଂ ଖାଇବା ବି ବନ୍ଦ କରିବାକୁ ହେବ।
ପଶୁମାନଙ୍କୁ ଭଲରେ ରଖିବାକୁ ମଣିଷ ଏକ ଉତ୍ତମ ପନ୍ଥା ପାଇବ ବୋଲି ତୁମେ ସବୁବେଳେ ଯୁକ୍ତି ବାଢ଼ିପାର, କିନ୍ତୁ କ୍ଷୀର ଓ ମାଂସର ଉଦ୍ୟୋଗୀକରଣ ତାହା କେବେ ବି ହେବାକୁ ଦେବନାହିଁ। ଭାରତର ଯେକୌଣସି ସ୍ଥାନରେ ପଶୁପାଳନ ମନ୍ତ୍ରଣାଳୟର ହସ୍ପିଟାଲ ନାହିଁ କି ଓ୍ୟଷଧ ବ୍ୟବସ୍ଥା ନାହିଁ। ରୁଗ୍‌ଣ ପଶୁଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉନାହିଁ। ଅପରପକ୍ଷେ କୃତ୍ରିମ ଉପାୟରେ ଗାଈ କିମ୍ବା ମଇର୍ଁଷିଙ୍କୁ ଗର୍ଭଧାରଣ କରାଇବା ପାଇଁ ବିପୁଳ ଅର୍ଥ ରହିଛି। ଏଥିତ୍ରୁ ସ୍ପଷ୍ଟ ଜଣାପଡୁଛି କି, ପଶୁମାନଙ୍କ ରୋଗ ଦୂର କରିବା ନିମନ୍ତେ ମନ୍ତ୍ରଣାଳୟର କୌଣସି ଯୋଜନା ନାହିଁ। କେବଳ ମନ୍ତ୍ରଣାଳୟ ପଶୁଙ୍କ ସଂଖ୍ୟା ବଢ଼ାଇବା ଲାଗିଛି। ବାଛୁରୀ ପାଇଁ ଗୋଟିଏ ଗାଈ ବର୍ଷକୁ ଥରେ କୃତ୍ରିମ ଉପାୟରେ ଗର୍ଭଧାରଣ କରିଥାଏ, ଯାହାଦ୍ୱାରା ସେ ଧୀରେ ଧୀରେ ଦୁର୍ବଳ ହୋଇଚାଲେ। ତା’ର ଯନତ୍ ଠିକ ଭାବେ ନିଆଯାଏନାହିଁ , କମ୍‌ ଓ ଖରାପ ଖାଦ୍ୟ ଦିଆଯାଏ, ମଇଳା ହାତରେ କ୍ଷୀର ଦୁହଁାଯାଏ। ଏଭଳି ଅବସ୍ଥାରେ ଗାଈ କେବେ ବି ସୁସ୍ଥ ରହିବ ନାହିଁ। ଗାଈ ଅସୁସ୍ଥ ରହିଲେ ତା’ପାକସ୍ଥଳୀରେ ପ୍ରଚୁର ମିଥେନ ଗ୍ୟାସ୍‌ ସୃଷ୍ଟି ହୁଏ ଓ ତାହା ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶେ। ଏମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ନା ସରକାର କିଛି ଭଲ ବାଟ ପାଉଛନ୍ତି ନା ଆମେ ଗୋ ବଂଶ ବୃଦ୍ଧି ବନ୍ଦ କରିପାରୁଛୁ। କିଛି ହୋଇପାରୁନାହିଁ।
ଟ୍ରେଣ୍ଡସ୍‌ ଇନ୍‌ ଇକୋଲୋଜି ଆଣ୍ଡ୍‌ ଇଭୋଲୁ୍ୟୁଶନ ଜର୍ନାଲରେ ଏଜେନଓ୍ବୋ ଏବଂ ତାଙ୍କ ସାଥୀ ଗବେଷକମାନେ ସଂକ୍ରାମକ ରୋଗ, ପଶୁପାଳନ ଏବଂ ଜଳବାୟୁ ମଧ୍ୟରେ ଥିବା ଏକ କ୍ଷତିକାରକର ଚକ୍ର ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ମିଥେନ ଗ୍ୟାସ୍‌ ନିର୍ଗମନ କରିବାରେ ବେଶ୍‌ ଜଣାଶୁଣା ତଥା ସାଧାରଣ ଭାବେ ଅଧିକ ବ୍ୟାପୁଥିବା ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ଓ୍ବର୍ମ ଏବଂ ମାଷ୍ଟିିଟିସ ଭଳି ବ୍ୟାକ୍ଟେରିଆଜନିତ ସଂକ୍ରମଣଗୁଡ଼ିକ ଉପରେ ଏମାନେ ଗବେଷଣାରେ ଧ୍ୟାନ ଦେଇଥିଲେ। ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ଓ୍ବର୍ମ ସଂକ୍ରମଣରେ ଗାଈ ପେଟ ଗୋଳମାଳ ହେବା ସହ ଅଧିକ ମିଥେନ ଗ୍ୟାସ ସୃଷ୍ଟି ହୋଇଥାଏ। ନିକଟରେ କରାଯାଇଥିବା ଏକ ଆକଳନ ଅନୁଯାୟୀ ପ୍ରତିବର୍ଷ ପାଳିତ ପଶୁଙ୍କ ସଂଖ୍ୟା ୨.୭% ବୃଦ୍ଧି ହେଉଛି। ଏଭଳି ବୃଦ୍ଧି ଆଗକୁ ଏକ ଦଶନ୍ଧିରେ ୨୦% ମିଥେନ ନିର୍ଗମନ ବଢାଇଦେବ ବୋଲି କୁହାଯାଇଛି। କିନ୍ତୁ ଗବେଷକମାନେ ଯେତେବେଳେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ଓ୍ବର୍ମର ପ୍ରଭାବ ଓ ଏହି ଅନୁପାତକୁ ନେଇ ଅନୁଧ୍ୟାନ କଲେ ସେତେବେଳେ ମିଥେନ ନିର୍ଗମନ ୮୨% ଅର୍ଥାତ୍‌ ୪ଗୁଣ ବୃଦ୍ଧି ପାଇବା ଲକ୍ଷ୍ୟ କରିଥିଲେ। ଏହା ତ କେବଳ ଗୋଟିଏ ରୋଗର କଥା। ତେବେ ପଶୁମାନଙ୍କର ପ୍ରତ୍ୟେକ ରୋଗ ମିଥେନ୍‌ ନିର୍ଗମନ ବୃଦ୍ଧିକରେ ବୋଲି ଗବେଷଣାରୁ ଜଣାପଡିଛି। ଅନ୍ୟ ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ରୋଗଗ୍ରସ୍ତ ପଶୁଙ୍କ ଦ୍ୱାରା ଅଧିତ୍କ ମିଥେନ ସୃଷ୍ଟି ହୋଇଥାଏ। ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ଓ୍ବର୍ମରେ ସଂକ୍ରମିତ ମେଣ୍ଢାମାନେ ଅଣ ସଂକ୍ରମିତ ମେଣ୍ଢାଙ୍କ ତୁଳନାରେ ସେମାନେ ଖାଉଥିବା ପ୍ରତି ଏକ କେ.ଜି. ଖାଦ୍ୟରୁ ୩୨%ରୁ ଊର୍ଦ୍ଧ୍ୱ ମିଥେନ ଏବଂ ଗାଈଙ୍କ କ୍ଷେତ୍ରରେ ମାଷ୍ଟିଟିସ୍‌ ପହ୍ନାକୁ ସଂକ୍ରମିତ କରି ପ୍ରତି କିଲୋଗ୍ରାମ୍‌ କ୍ଷୀରରେ ୮% ଅଧିକ ମିଥେନ ଉତ୍ପନ୍ନ କରିଥାଏ।
ପ୍ରାଣୀକଲ୍ୟାଣ ସହ ଜଡିତ କୃଷି ମଧ୍ୟ ମିଥେନ ନିର୍ଗମନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଏ, ଯାହା ଉପରେ ତୁରନ୍ତ ଧ୍ୟାନ ଦେବା ଦରକାର। ତାପମାତ୍ରା ବୃଦ୍ଧି ଯୋଗୁ ବହୁ ରୋଗର ବ୍ୟାପକତା ପ୍ରକାଶପାଉଛି,ଯାହା ପଶୁମାନଙ୍କୁ ରୁଗ୍‌ଣ କରିବା ସହ ବିପତ୍ତି ମୁହାଁ କରାଇଛିି। ଏହାର କାରଣ, ପୃଥିବୀର ଉତ୍ତପ୍ତ ଜଳବାୟୁ । ଏହା ଜୀବାଣୁଗୁଡ଼ିକର ବଂଶବୃଦ୍ଧିରେ ସହାୟକ ହେଉଛିି। ଉତ୍ତପ୍ତ ପରିବେଶରେ ମାଷ୍ଟିଟିସ୍‌ ସଂକ୍ରମଣ କରୁଥିବା ବ୍ୟାକ୍ଟେରିଆର ଆଣ୍ଟିବାୟୋଟିକ୍ସ ପ୍ରତିରୋଧ ଶକ୍ତି ସୃଷ୍ଟି ହେଉଛି। ଏମାନଙ୍କ ବଂଶ ବୃଦ୍ଧି ଘଟୁଛି। ଚିକିତ୍ସା ମାଧ୍ୟମରେ ପଶୁରୋଗ କମାଇବା, ପ୍ରାଣୀ ଏବଂ ପୃଥିତ୍ବୀ ଉପରୁ ବୋଝ କମାଇବାର ପ୍ରୟାସ କରାଯାଉଛି କି? ପଶୁମାନକୁ ଏଭଳି ଧ୍ୱଂସକାରୀ ପରିବେଶ ତଥା ରୋଗର ପଞ୍ଝାରୁ ମୁକ୍ତ କରିବା ଲାଗି କୌଣସି ବାଟ ଅଛି କି? ନା। କେବଳ ଗୋଟିଏ ବାଟ ରହିଛି, ଯେଉଁଥିତ୍ତ୍ରେ ମାଂସ ଏବଂ ଦୁଗ୍ଧଜାତୀୟ ଖାଦ୍ୟ ଖାଇବା ବନ୍ଦ କରିବାକୁ ହେବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri