କୋରାପୁଟ ଜିଲା ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ୬ ଜଣଙ୍କୁ ସଫଳତା

କୋରାପୁଟ,୨୦।୧୦(ଅମିତାଭ ବେହେରା ): ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୋରାପୁଟ ଜିଲାର ୬ ଜଣ ଯୁବତୀ ଓ ଯୁବକ ସଫଳତା ପାଇଛନ୍ତି।  ସେମାନେ ହେଲେ  ଲକ୍ଷ୍ମୀପୁର ବ୍ଲକର ତୁନପାର ଗ୍ରାମର ନିବାସୀ ନାରାୟଣ ସାହୁଙ୍କ ପୁତ୍ର  ଚିନ୍ମୟ ସାହୁ । ଚିନ୍ମୟଙ୍କ  ର଼୍ୟାଙ୍କ ୮୦ଥିବାବେଳେ ସେ  ତାଙ୍କ  କୃତକାର୍ଯ୍ୟ ପାଇଁ ପରିବାର ଶିକ୍ଷକ ଏବଂ ଗୁରୁଜନମାନଙ୍କୁ ଶ୍ରେୟ ଦେଇଛନ୍ତି।
ସେହିପରି କୋରାପୁଟ ସହରର ପଣ୍ଡା କୋଲନୀର  ନିବାସୀ ଅବସରପ୍ରାପ୍ତ  ଅଧ୍ୟାପକ ପୁଣ୍ଣଚନ୍ଦ୍ର ଦଳେଇଙ୍କ ଝିଅ ପ୍ରାଚୀ ପ୍ରିୟା ଦଳେଇ ମଧ୍ୟ ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତାଙ୍କ ର଼୍ୟାଙ୍କ ରହିଛି ୩୫୯।
ଅନ୍ୟପକ୍ଷେ ସୁନାବେଡାର ସଂଗ୍ରାମ କେଶରୀ ରାଉତଙ୍କ  ଝିଅ  ସ୍ବାଗତିକା ରାଉତଙ୍କ ର଼୍ୟାଙ୍କ ୩୮୯ ରହିଛି। ଦଶମପୁର ବ୍ଲକର ସଦର ମହକୁମ୍ମାର ଲବଣୀଧର କୁସୁମଙ୍କ ପୁତ୍ର  ଅରବିନ୍ଦ କୁସୁମ  ର଼୍ୟାଙ୍କ ୫୧୧ ତାଙ୍କୁ ସଫଳତା ଆଣିଦେଇଛି।
ସମାନଭାବେ ଜୟପୁର ସହରର  ଲିଙ୍ଗରାଜ ନଗରର ନିବାସୀ ରାଜେନ୍ଦ୍ର ବେପାରୀଙ୍କ ପୁତ୍ର ଉକତ୍ଳ ରଞ୍ଜନ ବେପାରୀଙ୍କ ର଼୍ୟାଙ୍କ ୬୪୨ ଓ ଲମତାପୁଟ ବ୍ଲକର ଉମ୍ବେଲ ପଞ୍ଚାୟତର ତେଳିପଡାର   ଧନପତି ଶିଶା  ର଼୍ୟାଙ୍କ ୬୬୬ ରଖି  କୃତକାର୍ଯ୍ୟ ହୋବ ସହ ଜିଲା ପାଇଁ ଗୈରବ  ଆଣିଛନ୍ତି।
Share