Categories: ଜାତୀୟ

ଜିମେଲ୍‌ ସର୍ଭିସ ଡାଉନ୍‌

ନୂଆଦିଲ୍ଲୀ,୧୩।୧୦: ଗୁଗଲର ଜିମେଲ୍‌ ସର୍ଭିସ ମଙ୍ଗଳବାର ଡାଉନ ହେବା ଯୋଗୁ ଲୋକମାନେ ଲଗ୍‌ ଇନ୍‌ ଏବଂ ଇମେଲ୍‌ ଏରର ଭଳି ସମସ୍ୟା ସାମ୍ନା କରିଥିଲେ। ସମସ୍ୟାକୁ ନେଇ ଲୋକମାନେ ଟୁଇଟରରେ ସେମାନଙ୍କ ରୋଷ ବ୍ୟକ୍ତ କରିଛନ୍ତି। ଫଳରେ ହ୍ୟାସ୍‌ଟ୍ୟାଗ୍‌ ଜିମେଲ୍‌ ଡାଉନ୍‌ ଟ୍ରେଣ୍ଡ କରିଛି। ସର୍ଭିସ ଡାଉନ୍‌ ହେବା ନେଇ ବୃହତ୍‌ ସଂଖ୍ୟାରେ ୟୁଜର ଅଭିଯୋଗ କରିଥିବା ଜଣାପଡ଼ିଛି। ୪ ଅକ୍ଟୋବର ରାତିରେ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଏବଂ ଇନ୍‌ଷ୍ଟାଗ୍ରମ ପ୍ରାୟ ୮ ଘଣ୍ଟା ଡାଉନ୍‌ ରହିବା ଯୋଗୁ ଲୋକମାନେ ସମସ୍ୟା ଭୋଗିଥିଲେ। ବର୍ତ୍ତମାନ ଗୁଗଲ ଭଳି କମ୍ପାନୀର ପ୍ରଡକ୍ଟ ମଧ୍ୟ ଏଭଳି ସମସ୍ୟା ସାମ୍ନା କରିଛି। ଭାରତର କେତେକ ପ୍ରାନ୍ତରେ ଜିମେଲ୍‌ ଡାଉନ ହେବାର ଖବର ସାମ୍ନାକୁ ଆସିଛି। ଫଳରେ ଲୋକମାନେ ଇ-ମେଲ୍‌ ପଠାଇବାକୁ ସକ୍ଷମ ହୋଇ ନ ଥିଲେ। ଡାଉନ୍‌ ଡିଟେକ୍ଟର ଓ୍ବେବ୍‌ସାଇଟ ମୁତାବକ, ସମସ୍ୟା ସାମ୍ନା କରିଥିବା ୬୮% ଲୋକ କହିଛନ୍ତି। ୧୮% ସର୍ଭର କନେକ୍ସନ ଏବଂ ୧୪% ଲଗ୍‌ ଇନ୍‌ ସମ୍ପର୍କରେ ମତ ରଖିଥିଲେ। ଭାରତ ସମେତ ଅନ୍ୟ କିଛି ଦେଶର ୟୁଜର୍ସ ଏହି ସମସ୍ୟା ସମ୍ପର୍କରେ ଟୁଇଟ୍‌ କରିଛନ୍ତି। ଇଗ୍‌ଇନ୍‌ ଏବଂ ଇ-ମେଲ୍‌ ପଠାଇବା ସମୟରେ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ଏହି ୟୁଜର୍ସ ଅଭିଯୋଗରେ କହିଛନ୍ତି। ଲୋକମାନେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଗୁଗଲ୍‌ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।
ଗତ ଗୋଟିଏ ସପ୍ତାହ ମଧ୍ୟରେ ଫେସ୍‌ବୁକ୍‌ ୨ ଥର ଆଉଟେଜ ବା ସେବାରେ ବାଧା ଉପୁଜିଛି। ଏହାକୁ ନେଇ କମ୍ପାନୀ ୟୁଜର୍ସଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି। ଗୋଟିଏ ସପ୍ତାହ ତଳେ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଏବଂ ଇନ୍‌ଷ୍ଟ୍ରାଗ୍ରାମ ବନ୍ଦ ହେବା ଯୋଗୁ ଲୋକମାନେ ଚିନ୍ତାରେ ରହିଥିଲେ। ଫେସ୍‌ବୁକ ଆଉଟେଜ ପରେ ଟେଲିଗ୍ରାମରେ ଆପ୍‌ରେ ୭ କୋଟି ୟୁଜର୍ସ ଯୋଡ଼ିହୋଇଛନ୍ତି।

Share