ପଇସା ପଛେ ଯାଉ ଆଳୁ ଘରେ ଥାଉ

କଟକ,୨୨।୧୦: ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକ ଆତଙ୍କିତ ହୋଇ ଅଧିକା କିଣାକିଣି କରୁଛନ୍ତି। ଏହାର ଫାଇଦା ଉଠାଇ କେତେଜଣ ଅସାଧୁ ବେପାରୀ ଦର ବଢ଼ାଇ ଦେଇଛନ୍ତି। ବାତ୍ୟା ପୂର୍ବରୁ ପରିବା ମାର୍କେଟରେ ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର ହଠାତ୍‌ ବଢ଼ିଛି। କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ ୭୦ ଛୁଇଁଛି। ତେବେ ଲୋକେ ଭୟଭୀତ ହୋଇ ୧ କିଲୋ ଯାଗାରେ ୩ କିଲୋ ନେଉଛନ୍ତି। ଏ ନେଇ ଜଣେ ବ୍ୟକ୍ତି କହିଛନ୍ତି ପଇସା ପଛେ ଯାଉ ଆଳୁ ଘରେ ଥାଉ। ୩ ଦିନ ଯଦି ଗାଡି ନ ଆସିବ। ସୋମବାର ୩ କିଲୋ ନେଇଥିଲି। ଘରେ ପ୍ରେସର କଲାରୁ ଆଉ ୩ କିଲେ ନେଉଛି।

Share