ଆଗକୁ ଅନା

ଦ୍ୱିତୀ ଚନ୍ଦ୍ର ସାହୁ

କ’ଣ ପାଇଁ ଏତେ ପଛକୁ ଅନଉଛନ୍ତି ଆପଣ! ଝୁଣ୍ଟି ପଡ଼ିବେ। ମୁହଁମାଡି ପଡିବେ। ହୁଏତ ଆଉ ଉଠି ପାରିବେନି। ଦେଖୁଥିବା ଲୋକ ଟାହିଟାପରା କରିବେ। ନ ଦେଖୁଥିବା ଲୋକ ଆହାଃ ଚୁ ଚା କରିବା ବାହାନାରେ ଭିତରେ ଭିତରେ ଖୁସି ହେବେ। ଥରେ ପଡିଗଲେ ହୁଏତ ଉଧେଇ ପାରିବେନି। ଆପଣଙ୍କ ଗତି ସେଠି ରହିଯିବ। ଯଦି ଠିଆ ହୋଇ ହାଲିଆ ମାରିବାକୁ ଇଚ୍ଛା କରୁଛନ୍ତି। ନିଶ୍ଚେ ଥକ୍କା ମେଣ୍ଟାଇବେ ସତ। କିନ୍ତୁ ଜାଣନ୍ତୁ ଆପଣ ପଛରେ ପଡିଯିବେ। ଧୂଆମୂଳା ଅଧୂଆମୂଳା ସବୁ ଆପଣଙ୍କୁ ପଛ କରି ଛାଡି ଆଗକୁ ମାଡିଯିବେ। ତା’ପରେ ଆପଣ ବ୍ୟସ୍ତ ବିବ୍ରତ ହେବେ। ପଛରୁ ଦୌଡିବେ। ସେତେବେଳକୁ ସେମାନେ ବହୁ ଆଗକୁ ଚାଲି ଯାଇଥିବେ। ପୁଣି ପଛରେ ପଡିଯିବେ ଆପଣ। ଆଉ ଆଗରେ ଥିବା ବାକି ଲୋକ ପଛକୁ ମୋଟେ ଚାହିଁବେନି। ଆପଣଙ୍କ ମୁହଁ ବି ଦେଖିବେନି। ଅଥବା ପଛରେ ପଡିଯାଇଥିବା ଲୋକଙ୍କୁ ହାତ ଧରି ଉଠେଇ ସାଥୀରେ ନେବାକୁ ଚାହିଁବେନି। ଏମିତିକି ମୁହଁ ମାଡି ପଡି ଯାଇଥିଲେ ବି ଟିକେ ଅଟକି ଉଠେଇବାକୁ ଚେଷ୍ଟା କରିବେନି। ଯିଏ ଆଗକୁ ଚାଲିଲା ତ ସେ ଚାଲିଲା। ନ ଝୁଣ୍ଟିଲା ଯାଏ ସେ ନିଜକୁ ପାରିବାର ବୋଲି ଭାବି ନିଏ। ନିଜେ ସବ୍‌ ଜାନତା ବୋଲି ଚିନ୍ତା କରେ। କାହାର ମତାମତକୁ ଗ୍ରହଣ କରିବା ପରିସ୍ଥିତିରେ ନ ଥାଏ। ଓଲଟି ମତାମତ ଦେଉଥିବା ଲୋକଙ୍କୁ ସେ ନିଜର ଶତ୍ରୁ ବୋଲି ଭାବିନିଏ। କିଛି ବଚସ୍କରଙ୍କୁ କୋଳେଇ ଧରେ। ତଥାକଥିତ ଅପାଣ୍ଡୁକମାନଙ୍କ ଭେଳିକିରେ ଉତ୍‌ଫୁଲ୍ଲିତ ହୋଇପଡେ। ନିଜର ହିତାହତ ଜ୍ଞାନ ବି ଭୁଲିଯାଏ। ନିଜର ଆତ୍ମବଡ଼ିମା ଭିତରେ ଟକମକ ହୋଇ ରହେ। ଭଲ ମଣିଷକୁ ଅଣଦେଖା କରେ। ସେଇ ପାରିବାପଣ ହିଁ ତାକୁ ଶେଷରେ ମାରି ଗୋଡାଏ। ପରେ ନକାରାତ୍ମକ ଶକ୍ତିକୁ ଜନ୍ମ କରେ। ଝୁଣ୍ଟି ପଡିବାର ଜାଗ୍ରତ ଚେତନା ଯାହା ପାଖରେ ଥାଏ ସେ କ୍ୱଚିତ ଭୁଲ କରେ। ଭୁଲ କରିବା ପୂର୍ବରୁ ଭୁଲ ସମ୍ପର୍କରେ ଆଗୁଆ ବି ସୂଚନା ପାଇପାରେ ବିଭିନ୍ନ ପରିସ୍ଥିତି କିମ୍ବା ଭିନ୍ନ ଭିନ୍ନ ସଙ୍କେତରେ। ସେଇ ପରିସ୍ଥିତିରୁ ସେ ସତର୍କ ହୋଇଯାଏ।
ଆଚ୍ଛା ! କହିଲେ, ଆଗକୁ ଚାଲୁଥିବା ଲୋକ ପଛକୁ ଚାହିଁବା କି ଦରକାର? ଯିଏ ସନ୍ଦେହୀ, ଭୟାଳୁ ଅବା କୌଣସି ଅପକର୍ମରେ ଲିପ୍ତ ସେଇ ଜାତୀୟ ଲୋକ ହିଁ ଆଗକୁ ଚାଲି ପଛକୁ ଅନାନ୍ତି। ରହି ରହି ଟିକେ ବାଁକୁ ଟିକେ ଡାହାଣକୁ ଦେଖନ୍ତି। ଅନ୍ୟର ଉପସ୍ଥିତିକୁ ପରଖିବାକୁ ଆଗ୍ରହ ପ୍ରକଟ କରନ୍ତି। ଅନ୍ୟଲୋକଙ୍କ ଦୃଷ୍ଟିରୁ ଦୂରରେ ସେ ଅଛି କି ନାହିଁ ପରଖନ୍ତି ବରାବର। ନିଜ ଆସନରେ ରହି ଚାରିପଟର ଲୋକଙ୍କ ଖୋଜ ଖବର ରଖନ୍ତି। ଅଯଥା କଥାରେ ନାକ ପୂରାନ୍ତି। ନିଜର ଗୁଣକୀର୍ତ୍ତନ ନିଜେ କରନ୍ତି। କିଏ ଶୁଣୁ ବା ନ ଶୁଣୁ ନିଜର ଢୋଲକୁ ନିଜେ ବଜାନ୍ତି। ଅନ୍ୟମାନେ ନିଜ ଉପରେ ସାର୍ଟିଫିକେଟ ଦେବା ଆଗରୁ ସିଆଣିଆ ହୋଇ ନିଜେ ନିଜର ସାର୍ଟିଫିକେଟ ଥୋଇ ଥାଆନ୍ତି। ଅର୍ଥାତ୍‌ ଦର୍ଶାଇବାକୁ ଚେଷ୍ଟା କରନ୍ତି – ମୁଁ ସଫା ଓ ନିର୍ମଳ ଗଙ୍ଗା। ବାକି ସବୁ ମୂର୍ଖ ଓ ଗନ୍ଧୁରା। ହେଲା ବାପଧନ!
ତୁମେ ଅମୃତ ତୁଲ୍ୟ। ତୁମେ ବିଚକ୍ଷଣ ଓ ବିବେକୀ। ସେଥିପାଇଁ ତୁମେ ଆଗକୁ ବଢ। ଆଗକୁ ମାଡି ଚାଲ। ପଛକୁ କିଆଁ କରୁଛ ନଜର। କିଏ କ’ଣ କଲା। କିଏ କ’ଣ ବୋଇଲା। କିଏ କେତେ ତୁଚ୍ଛା ରଟନା କଲା। ସେସବୁ ଉପରେ ଏତେ ଗୁରୁତ୍ୱ କିଆଁ। ଆଗକୁ ବଢିଲେ ହିଁ ଲୋକେ କହିବେ। ଧଳା ପୋଷାକରେ କାଳିମାର ଛିଟା ପକେଇବେ। ଗୁଡାଏ ତୁଚ୍ଛା ଅପପ୍ରଚାର କରିବେ। ନାନା କଥା ଫନ୍ଦିଫିକର କରି ଚର୍ଚ୍ଚା କରିବେ। ଲୋକଙ୍କର କାମ ତ ସେୟା। ଯିଏ ପଛରେ ରହିବ ସିଏ ବେଶି କହିବ। ଯିଏ ସମତୁଲ ହୋଇ ପାରୁ ନ ଥିବ ସିଏ ଗୁଡାଏ ବକିବ। ଯିଏ ନିଜକୁ ହାରି ଯାଇଥିବାର ଅନୁଭବ କରିସାରିଥିବ ସେ ଗଳା ଫଟାଇ ହୁଡିବ। ଏସବୁରେ ବିଚଳିତ ହେବ ଯଦି ତୁମ ପରି ବୁଦ୍ଧିମାନ ବ୍ୟକ୍ତି ସେଇଠି ଅଟକିଯିବ। ପୁଣି ଏସବୁ କଥାରେ ହିଁ ମାତି ଉଠିବ ଓ ତାତି ଉଠିବ। ଯାବତୀୟ ସମସ୍ୟାକୁ ଆମନ୍ତ୍ରଣ କରିବ। ନିଜର ମୂଲ୍ୟବାନ ସମୟକୁ ଅପଚୟ କରିବ। ଆଗକୁ ବଢିବାର ପ୍ରୟାସରେ ନିଜେ ହିଁ ନିଜ ପାଇଁ କଣ୍ଟା ସାଜିବ।
ବଢିବାର ଅଛି ଆଗକୁ ଅନା। ପଛକଥାରେ କି ଲାଭ? ସେ ଅତୀତ। ଖାଲି ସ୍ମୃତି। ସାଇତା ଅନୁଭବକୁ ସାଥୀରେ ଧରି ଚାଲ। ମିଳିଥିବା କର୍ମଫଳକୁ ଜାବୋଡି ଧର। ପ୍ରଶଂସାକୁ ଛାଡ। ଦୋଷ ଦୁର୍ବଳତାକୁ କୋଳେଇ ନିଅ। ଆଗକୁ ମାଡି ମାଡି ସେସବୁକୁ ପରଖ। ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କର। କିଏ ନିଜର କିଏ ପର ଚିହ୍ନ। ସ୍ବାର୍ଥୀ ମଣିଷମାନଙ୍କଠାରୁ ନିଜକୁ ଦୂରେଇ ରଖ। ମିଠା ମିଠା କଥାରେ ଭୋଳ କରୁଥିବା ଲୋକଙ୍କ ଆଭିମୁଖ୍ୟକୁ ଥରେ ତଳେଇ ଦେଖ। ମିଠାପଣ ଭିତରେ କେତେ ଜହର ରହିଛି ତାକୁ ଆକଳନ କର। ଭୋଳିଲେ ଭୁଲ୍‌ କରିବ। କଟୁ ବଚନ କଷ୍ଟ ଦେଉଥିଲେ ବି ତା’ ପଛର କାରଣ ନିର୍ଦ୍ଧାରଣ କର। ନିଃସ୍ବାର୍ଥପର ଭାବେ ମୁହଁରେ ସତ କହୁଥିବା ଲୋକଙ୍କୁ ଆଦର କର। ସେ ଖାଣ୍ଟିପଣେ ଏକା ତୁମର। ତୁମକୁ ଖୁବ ଭଲ ପାଉଥିବ ଅନ୍ତରର ସହ। ଡର ଭୟ ନ ରଖି ମୁହଁାମୁହିଁ ମଣିଷର ଦୁର୍ଗୁଣ କହିବା କମ୍‌ ସାହସିକତାର କଥା ନୁହଁ। ସମାଜରେ ଏମିତି ହାତଗଣତି ମଣିଷ ଥିବେ। ଅତୀତର ତିକ୍ତତା ଆଗାମୀ କାଲିର ସଫଳତା। ଅତୀତର ସଫଳତା ଆଗାମୀ କାଲିର ଅପୂର୍ବ ଦକ୍ଷତା। ଏସବୁ ତୁମର ପୁଞ୍ଜି। ତାକୁ ସାଉଁଟି ନିଅ। ଅତୀତ ଫୁଲର ଶେଯ ହେଲେ, ଆଗକୁ ହୁଏତ କଣ୍ଟକିତ ପଥ ଥିବ। ରକ୍ତ ଫୁଟିବାର ସମ୍ଭାବନା ଥିବ। ଅତୀତ କଣ୍ଟକିତ ଓ ସଂଘର୍ଷମୟ ଯଦି ଆଗାମୀ ସମୟ ହୁଏତ ନୂଆ ସମ୍ଭାବନାମୟ ହେବ। ଅତୀତ ସଂଘର୍ଷର ନିଷ୍କର୍ଷ ନିଜ ପାଇଁ କେଡେ ଅବ୍ୟର୍ଥ। ଅଦେଖା ଭବିଷ୍ୟତ ପାଇଁ ବାଇ କିଆଁ। ଭବିଷ୍ୟତକୁ ନେଇ ସ୍ବପ୍ନ ଓ ସମ୍ଭାବନା ରହୁ। କିନ୍ତୁ କଳ୍ପନାରେ ବିଭୋର ଅଧିକତଃ ବେପଥୁ କରିବ ନିଶ୍ଚିତ। ପଛରେ ରହି କୋଳାହଳ କରୁଥିବ, ଅନୁପସ୍ଥିତିରେ କୋପେ କୁତ୍ସାରଟନା କରୁଥିବ, କିନ୍ତୁ ସାମ୍ନାରେ ତା’ ପ୍ରତି ଅନ୍ତରଙ୍ଗ ଦେଖାଇ ହେଁ ହେଁ ହେଉଥିବା ମଣିଷ ସମାଜର ବଡ଼ ବିଷଧର ସର୍ପ। ତାକୁ ଭାରି ସତର୍କ। ଅତଏବ ପଛକୁ ଆଉ ଦେଖନା। ଏଥର ତ ଟିକେ ଆଗକୁ ଅନା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri