Categories: ଜାତୀୟ

୨ ଦିନ ବିମାନ ଉଡ଼ାଣ ବନ୍ଦ କଲା ଗୋ ଫାଷ୍ଟ ସମସ୍ୟା ପାଇଁ ଇଞ୍ଜିନ କମ୍ପାନୀକୁ ଦାୟୀ କଲା

ମୁମ୍ବାଇ,୨ା୫(ପି.ଟି.) : ଆର୍ଥିକ ସଙ୍କଟ ଯୋଗୁ ଗୋ ଫାଷ୍ଟ ଏୟାରଲାଇନ ବୁଧବାର ଓ ଗୁରୁବାର ଏହାର ବିମାନ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଇଞ୍ଜିନ ନିର୍ମାଣକାରୀ ସଂସ୍ଥା ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନେରୁ ସ୍ପେୟାର ଇଞ୍ଜିନ ନ ମିଳିବାରୁ ଉକ୍ତ ଏୟାରଲାଇନ୍ସର ମାତ୍ର ୫୦ ପ୍ରତିଶତ ବିମାନ ଉଡ଼ାଣ କରୁଛି। ଉଡ଼ାଣ ବନ୍ଦ ଘୋଷଣା ପରେ ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ଗୋ ଫାଷ୍ଟକୁ ନୋଟିସ ଦେଇଛି। ବିମାନ ବାତିଲ ପୂର୍ବରୁ ସୂଚନା ଦେଇ ନ ଥିବାରୁ ଉକ୍ତ କମ୍ପାନୀକୁ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଉଛି।
 ଇଞ୍ଜିନ ଯୋଗାଣରେ ଆମେରିକୀୟ କମ୍ପାନୀର ବିଫଳତା ଯୋଗୁ ଦିଲ୍ଲୀର ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ( ଏନ୍‌ସିଏଲ୍‌ଟି)ରେ ସ୍ବେଚ୍ଛାକୃତ ଭାବେ ଇନ୍‌ସଲ୍‌ଭେନ୍ସିି ପାଇଁ ଆବେଦନ କରିବାକୁ ବାଧ୍ୟ ହେଲୁ ବୋଲି ଓ୍ବାଡ଼ିଆ ଗ୍ରୁପ୍‌ ମାଲିକାନାରେ ଥିବା ଗୋ ଫାଷ୍ଟ ପକ୍ଷରୁ କୁହାଯାଇଛି। ପ୍ରାଟ ଆଣ୍ଡ ହ୍ବିଟ୍‌ନି ଇଞ୍ଜିନ ମରାମତି କରିବାରେ ବିଫଳ ହେବା ସହ ଚୁକ୍ତି ମୁତାବକ ପର୍ଯ୍ୟାପ୍ତ ସ୍ପେୟାର ଯୋଗାଇପାରିଲା ନାହିଁ ବୋଲି ଏୟାରଲାଇନ୍ସ କହିଛି।
Share