Categories: ଜାତୀୟ

୫୫ ଯାତ୍ରୀଙ୍କୁ ନେବାକୁ ଭୁଲିଗଲା ଗୋ ଫାଷ୍ଟ ବିମାନ: ଡିଜିସିଏ ପକ୍ଷରୁ ନୋଟିସ ଜାରି…

ନୂଆଦିଲ୍ଲୀ,୧୦।୧ : ଦେଶରେ ଗତ କିଛି ଦିନ ହେବ ବିମାନ ଉଡ଼ାଣ ସମୟରେ ପରିସ୍ରା ପ୍ରସଙ୍ଗ ହେଡଲାଇନରେ ରହିଛି। ଏହି ସମୟରେ ଗୋ ଫାଷ୍ଟ ଏୟାରଲାଇନ୍ସର ଏକ ବଡ ଭୁଲ ସାମ୍ନାକୁ ଆସିଛି। ଗୋ ଫାଷ୍ଟର ଏକ ବିମାନ ୫୫ଯାତ୍ରୀଙ୍କୁ ନେବାକୁ ଭୁଲି ଯାଇଛି। ଯାତ୍ରୀଙ୍କୁ ଛାଡି ବିମାନ ଉଡ଼ାଣ କରିଥିଲା। ଏହି ପ୍ରସଙ୍ଗରେ ବିମାନ ଚଳାଚଳ ନିୟାମକ ଡିଜିସିଏ ଗୋ ଫାଷ୍ଟ ଏୟାରଲାଇନ୍ସକୁ ଏକ ନୋଟିସ ଜାରି କରିଛି।

କାରଣ ଦର୍ଶାଅ ନୋଟିସ ଜାରି କରି ଡିଜିସିଏ କହିଛି ଯେ ନିୟାମକ ଦାୟିତ୍ୱ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ କାହିଁକି? ଏହାର ଉତ୍ତର ଦାଖଲ କରିବାକୁ ଗୋ ଫାଷ୍ଟକୁ ଦୁଇ ସପ୍ତାହ ସମୟ ଦିଆଯାଇଛି।

ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏନେଇ ରିପୋର୍ଟ ମଗାଯାଇଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରିପୋର୍ଟରେ ଦର୍ଶାଯାଇଛି ଯେ ବିମାନଟି ଛାଡି ଯାଇଥିବା ଯାତ୍ରୀମାନଙ୍କ ପାଇଁ ପୃଥକ ବିମାନର ବ୍ୟବସ୍ଥା କରାଯାଇଛି। ନିୟାମକ କହିଛନ୍ତି ଯେ ଟୁଇଟରରେ ଅନେକେ ବିମାନକୁ ବର୍ତ୍ତମାନର ଖରାପ ଅନୁଭୂତି ପାଇଁ ସମାଲୋଚନା କରିଛନ୍ତି।

ଜାନୁଆରୀ ୯ ରେ, ଗୋ ଫାଷ୍ଟ ଏୟାରଲାଇନ୍ସର ଜି-୮-୧୧୬ ବିମାନ ବେଙ୍ଗାଲୁରୁ ବିମାନ ବନ୍ଦରରେ ଭୋର ୫ଟା ୪୫ ସମୟରେ ବେଙ୍ଗାଲୁରୁରୁ ଦିଲ୍ଲୀ ଉଡାଣ କରିଥିଲା। ବିମାନଟି ବେଙ୍ଗଲୁରୁ ବିମାନବନ୍ଦରରେ ୫୫ ଯାତ୍ରୀଙ୍କୁ ଯିବାକୁ ଭୁଲି ଯାଇଥିଲା।

୫୫ ରୁ ୫୩ ଯାତ୍ରୀଙ୍କୁ ଦିଲ୍ଲୀ ପାଇଁ ଅନ୍ୟ ଏକ ବିମାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ୨ ଜଣ ଟିକଟ ଟଙ୍କା ଫେରସ୍ତ ମାଗିଥିଲେ।

Share