Categories: ବାଣିଜ୍ୟ

ବିକ୍ରି ହେବ ‘ଗୋ ଫାଷ୍ଟ’ ବିମାନ କମ୍ପାନୀ

ନୂଆଦିଲ୍ଲୀ,୧୨।୧୦: କିଛି ମାସ ଧରି ବନ୍ଦ ପଡ଼ିଥିବା ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ବିକ୍ରି ହେବାକୁ ଯାଉଛି। ଏହାକୁ କ୍ରୟ କରିବାକୁ ଜିନ୍ଦଲ ପାଓ୍ବାର ଲିମିଟେଡ୍‌ ସବୁଠାରୁ ଆଗରେ ଥିବା ନଜର ଆସିଛି। ଏନେଇ ଜିନ୍ଦଲକୁ ଇଓଆଇ ମିଳିସାରିଛି। ଏହାପରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ।

ଗୋ ଫାଷ୍ଟ ଉପରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ଆଇଡିବିଆଇ ବ୍ୟାଙ୍କ ଆଦିର ମୋଟା ଅଙ୍କର ଋଣ ରହିଛି। ବିମାନକମ୍ପାନୀ ଉପରେ ଏସବୁ ବ୍ୟାଙ୍କର ୬୫୨୧ କୋଟି ଟଙ୍କା ଋଣ ରହିଛି। ଏମିତିରେ ବ୍ୟାଙ୍କ ଏହି ବିମାନକମ୍ପାନୀର ନିଲାମରୁ ଋଣ ଟଙ୍କା ଯୋଗାଡ଼ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ପ୍ରକାଶ ଯେ,ଗୋ ଫାଷ୍ଟ ଆର୍ଥିକ ଅସୁବିଧା ଏବଂ ଇଞ୍ଜିନ ସମ୍ବନ୍ଧୀୟ ସମସ୍ୟା ଯୋଗୁ ୩ ମେ’ଠାରୁ ବିମାନ ଉଡାଣ ବନ୍ଦ କରିଥିଲା।

Share