Categories: ଜାତୀୟ

ବଢିଲା ‘ଗୋ ଫାଷ୍ଟ’ର ସମସ୍ୟା: ୨ ସପ୍ତାହ ମଧ୍ୟରେ ୧୫୦ରୁ ଅଧିକ କର୍ମଚାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୧୭।୮: ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଏୟାରଲାଇନ କମ୍ପାନୀ ଗୋ ଫାଷ୍ଟର ସମସ୍ୟା କମିବାର ନାଁ ନେଉନାହିଁ । ଗୋଟିଏ ପଟେ କମ୍ପାନୀ ଦୀର୍ଘ ଦିନ ଧରି ଏହାର ବିମାନ ଚଳାଚଳ ଆରମ୍ଭ କରିବାକୁ ଚେଷ୍ଟା କରିଆସୁଥିବା ବେଳେ ଅନ୍ୟପକ୍ଷରେ ଏହାକୁ ଅନ୍ୟ ଏକ ସମସ୍ୟାର ସାମ୍ନା କରିବାକୁ ପଡିଛି। ଦୀର୍ଘ ସମୟ ଧରି ଦରମା ନ ଦେବା କାରଣରୁ ଗତ ଦୁଇ ସପ୍ତାହ ମଧ୍ୟରେ ୧୫୦ରୁ ଅଧିକ ଗୋ ଫାଷ୍ଟ କର୍ମଚାରୀ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, କମ୍ପାନୀର କର୍ମଚାରୀମାନେ ଗତ ୩ ମାସ ଧରି ଦରମା ପାଇନାହାଁନ୍ତି। ଏଭଳି ପରିସ୍ଥିତିରେ ସେମାନେ ବର୍ତ୍ତମାନ ଅନ୍ୟ କମ୍ପାନୀରେ ଚାକିରି ଖୋଜୁଛନ୍ତି।

କମ୍ପାନୀର କର୍ମଚାରୀମାନଙ୍କ କହିବୁ ଅନୁଯାୟୀ, ବୋନସ ଏବଂ ବେତନ ପ୍ରତିଶ୍ରୁତି ସତ୍ତ୍ୱେ ଗୋ ଫାଷ୍ଟ ମେ, ଜୁନ ଏବଂ ଜୁଲାଇ ମାସର ଦରମା ପ୍ରଦାନ କରିନାହିଁ। ଏହା ପରେ, ଗତ ଦୁଇ ସପ୍ତାହ ମଧ୍ୟରେ ୩୦ ପାଇଲଟ, ୫୦ କ୍ୟାବିନ କ୍ରୁ ସଦସ୍ୟ ଏବଂ ୫୦ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କର୍ମଚାରୀଙ୍କ ସମେତ ୧୫୦ କର୍ମଚାରୀ କମ୍ପାନୀରୁ ଇସ୍ତଫା ଦେଇଛନ୍ତି।

Share