Categories: ଜାତୀୟ

କୋଏମ୍ବାଟୁରରେ ଜରୁରୀ ଅବତରଣ କଲା ବିମାନ

ବେଙ୍ଗାଲୁରୁ,୧୨।୮: ମାଳଦ୍ୱୀପର ମାଲେ ଯାଉଥିବା ଏକ ଘରୋଇ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଶୁକ୍ରବାର କୋଏମ୍ବାଟୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ସ୍ମୋକ୍‌ ଓ୍ବାର୍ନିଂ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ସୂଚନାଯୋଗ୍ୟ, ବୋଙ୍ଗାଲୁରୁରୁ ମାଲେ ଯାଉଥିବା ଗୋ ଫାଷ୍ଟ ବିମାନରେ ୯୨ଜଣ ଯାତ୍ରୀ ଥିଲେ। ମଧ୍ୟାହ୍ନ ୧୨ଟାରେ ଉଡାଣ ଭରିବାର ୧ଘଣ୍ଟା ପରେ ବିମାନରେ ସ୍କୋକ୍‌ ଓ୍ବାର୍ନିଂ ଆଲାର୍ମ ବାଜିଥିଲା। ୨ଟି ଇଞ୍ଜିନ ଗରମ ହେବାରୁ ଏହି ଆଲାର୍ମ ବନ୍ଦ ହୋଇଯାଇଥିଲା। ଏହାପରେ ଉକ୍ତ ବିମାନକୁ ପାଇଲଟ ସୁରକ୍ଷିତ ଭାବେ କୋଏମ୍ବାଟୁରରେ ଜରୁରୀ ଅବତରଣ କରିଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Share