Categories: ଜାତୀୟ

୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’ର ଉଡାଣ ବାତିଲ

ନୂଆଦିଲ୍ଲୀ,୨୪।୭: ‘ଗୋ ଫାଷ୍ଟ’ ଏୟାରଲାଇନ୍ସ ୨୭ ଜୁଲାଇ ପର୍ଯ୍ୟନ୍ତ ଏହାର ବିମାନ କାର୍ଯ୍ୟ ବାତିଲ କରିବାକୁ ଘୋଷଣା କରିଛି।‘ଗୋ ଫାଷ୍ଟ’ ଟୁଉଟ୍‌ କରି କହିଛି ଯେ, ପରିଚାଳନାଗତ କାରଣରୁ ୨୭ ଜୁଲାଇ ୨୦୨୩ ଯାଏ
ନିର୍ଦ୍ଧାରିତ ‘ଗୋ ଫାଷ୍ଟ’ ଉଡାଣ ବାତିଲ ହୋଇଛି। ବିମାନ ବାତିଲ ହେତୁ ଘଟିଥିବା ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ।

ଏୟାରଲାଇନ୍ସ ମଧ୍ୟ ଟୁଇଟ୍‌ରେ କହିଛନ୍ତି ଯେ, କମ୍ପାନୀ ତୁରନ୍ତ ସମାଧାନ ଏବଂ କାର୍ଯ୍ୟ ଆରମ୍ଭ ପାଇଁ ଏକ ଆବେଦନ କରିଛି। ଆମେ ଶୀଘ୍ର ବୁକିଂ ଆରମ୍ଭ କରିବାକୁ ସମର୍ଥ ହେବୁ । ତୁମର ଧୌର୍ଯ୍ୟ ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ।

Share