Categories: ଜାତୀୟ

ଗୋ ଫାର୍ଷ୍ଟ ବିମାନ ଉଡାଣ ଅଗଷ୍ଟ ୧୮ ପର୍ଯ୍ୟନ୍ତ ବାତିଲ

ନୂଆଦିଲ୍ଲୀ,୧୬।୮: ଗୋ ଫାର୍ଷ୍ଟ ବିମାନର ଉଡାଣ ସଙ୍କଟ ଶେଷ ହେବାର ନାଁ ଧରୁନାହିଁ। ପୁଣିଥରେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ ରହିବ ବୋଲି ଗୋ ଫାର୍ଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ପୁଣି ଯାତ୍ରୀମାନଙ୍କୁ କ୍ଷମା ମାଗିଛି। ଗୋ ଫାର୍ଷ୍ଟ ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇଛି ଯେ, ବିମାନ ସେବା ୧୮ ଅଗଷ୍ଟ ପର୍ଯ୍ୟନ୍ତ ବାତିଲ ରହିବ। ଏଥିପାଇଁ କମ୍ପାନୀ କେବଳ ପୁରୁଣା କାରଣଗୁଡ଼ିକୁ ଦାୟୀ କରିଛି। କମ୍ପାନୀ ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରୁଛି।
ମଇ ୩, ୨୦୨୩ରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହି କାରଣରୁ କମ୍ପାନୀ ବିମାନ ଚଳାଚଳ ବାତିଲ କରିବାକୁ ଘୋଷଣା କରିଥିଲା। ସୂଚନାଯୋଗ୍ୟ ଯେ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ଡିଜିସିଏ ଗୋ ଫାର୍ଷ୍ଟକୁ ସର୍ତ୍ତ ସହିତ ଉଡ଼ାଇବାକୁ ଅନୁମୋଦନ କରିଛି।

Share