ନୂଆଦିଲ୍ଲୀ,୧୩।୭: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଗୋ ଫାର୍ଷ୍ଟର ଉଡାଣ ସେବା ବର୍ତ୍ତମାନ ୧୬ ଜୁଲାଇ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରି ଏ ବିଷୟରେ ସୂଚନା ଦେଇଛି। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଗୋ ଫାର୍ଷ୍ଟ ଏହାର ଉଡାଣ ମେ’୩ରୁ ବାତିଲ କରିଦେଇଥିଲା। ଏହିଭଳି ଦେଖାଯାଏ, ଗୋ ଫାର୍ଷ୍ଟ ବିମାନଗୁଡିକ ୨ ମାସ ୧୦ ଦିନରୁ ବାତିଲ ହୋଇରହିଛି।
ଏକ ଟୁଇଟ ମାଧ୍ୟମରେ ସୂଚନା ଦେଇ ଗୋ ଫାର୍ଷ୍ଟ କହିଛି ଯେ କାର୍ଯ୍ୟକ୍ଷମ କାରଣରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଉଡାଣ ବାତିଲ କରାଯାଇଛି। ଗ୍ରାହକମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।