Categories: ଜାତୀୟ

କର୍ମଚାରୀଙ୍କୁ ଉପହାର ଦେଲା ‘ଗୋ ଫାଷ୍ଟ’

ନୂଆଦିଲ୍ଲୀ,୨୯।୮: ଦୀର୍ଘ ଦିନ ଧରି ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଥିବା ଏୟାରଲାଇନ୍ସ କମ୍ପାନୀ ‘ଗୋ ଫାଷ୍ଟ’ କର୍ମଚାରୀମାନଙ୍କୁ ଉପହାର ଦେଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରକ୍ଷା ବନ୍ଧନ ଏବଂ ଗଣେଶ ପୂଜା ପୂର୍ବରୁ କମ୍ପାନୀ କର୍ମଚାରୀମାନଙ୍କୁ ଜୁନ ମାସର ଦରମା ପ୍ରଦାନ କରିଛି। ସୂଚନାଯୋଗ୍ୟ ଯେ, ବିଭିନ୍ନ ଋଣଦାତାଙ୍କଠାରୁ ଅର୍ଥ ପାଇବା ପରେ କମ୍ପାନୀ କର୍ମଚାରୀଙ୍କ ବେତନ ପ୍ରଦାନ କରିଛି। ନିକଟରେ ‘ଗୋ ଫାଷ୍ଟ’ ବିଭିନ୍ନ ଋଣଦାତାଙ୍କଠାରୁ ୧୦୦ କୋଟି ଟଙ୍କା ପାଇଛି।

ଏହାପୂର୍ବରୁ ‘ଗୋ ଫାଷ୍ଟ’ ଘୋଷଣା କରିସାରିଛି ଯେ, ଏହି ଟଙ୍କା କେବଳ କର୍ମଚାରୀଙ୍କ ବେତନ, ପାର୍କିଂ, ବିମାନବନ୍ଦର ମୂଲ୍ୟ, ବୀମା ପ୍ରିମିୟମ ଏବଂ ବିମାନର ଯତ୍ନ ନେବା ପାଇଁ ବ୍ୟବହାର କରିବ।

Share