Categories: ଜାତୀୟ

ପୁଣି ଉଡାଣ ଭରିବ ‘ଗୋ ଫାଷ୍ଟ’, ସର୍ତ୍ତ ସହିତ ଅନୁମତି ଦେଲା ଡିଜିସିଏ

ନୂଆଦିଲ୍ଲୀ,୨୧।୭: ‘ଗୋ ଫାଷ୍ଟ’ ପୁଣି ଉଡାଣ ଭରିବ। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସର୍ତ୍ତ ସହିତ ‘ଗୋ ଫାଷ୍ଟ’ ଉଡ଼ିବାକୁ ଅନୁମତି ଦେଇଛି। ‘ଗୋ ଫାଷ୍ଟ’ର ରିଜୋଲ୍ୟୁଶନ ପ୍ରଫେସନାଲ ଶୈଳେନ୍ଦ୍ର ଅଜମେରାଙ୍କୁ ଚିଠି ଲେଖି ଡିଜିସିଏ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି।

ଡିଜିସିଏ କହିଛନ୍ତି ଯେ, ଜୁନ ୨୬ ରେ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ‘ଗୋ ଫାଷ୍ଟ’ଯେଉଁ ଯୋଜନା କରିଥିଲା ତାହା ନିୟାମକ ଦ୍ୱାରା ଅଧ୍ୟୟନ କରାଯାଇଛି ଏବଂ ଗ୍ରହଣ କରାଯାଇଛି। ଡିଜିସିଏ କହିଛନ୍ତି ଯେ, ସର୍ତ୍ତ ଅନୁଯାୟୀ ‘ଗୋ ଫାଷ୍ଟ’ ପୁନର୍ବାର ବିମାନ କାର୍ଯ୍ୟ ଆରମ୍ଭ କରିପାରିବ।

ଡିଜିସିଏ ଏହି ସର୍ତ୍ତରେ କହିଛି, ଏଥିପାଇଁ ଏୟାରଲାଇନ୍ସ ପାଇଁ ସବୁବେଳେ ଏୟାର ଅପରେଟର ସାର୍ଟିଫିକେଟ ରହିବା ଅତ୍ୟନ୍ତ ଜରୁରୀ ଅଟେ। ଆହୁରି ମଧ୍ୟ, ଅପରେଶନରେ ବ୍ୟବହୃତ ଏୟାରକ୍ରାଫ୍ଟ ଉଡାଣ ଭରିବା ପାଇଁ ଭଲ ଅବସ୍ଥାରେ ରହିବା ଉଚିତ୍‌। କୌଣସିି ବିମାନ ନିୟନ୍ତ୍ରଣ ବିନା ବିମାନରେ ବ୍ୟବହାର କରାଯିବା ଉଚିତ୍‌ ନୁହେଁ।

 

 

Share