Categories: ଜାତୀୟ

ଜର୍ନାଲିଷ୍ଟଙ୍କୁ ଭାଜପା ନେତା କହିଲେ ଆଫଗାନିସ୍ତାନ ଚାଲିଯାଅ

ଇନ୍ଦୋର,୨୦।୮ : ବର୍ଦ୍ଧିତ ତୈଳ ଦର ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ମଧ୍ୟପ୍ରଦେଶର ଜଣେ ଭାଜପା ନେତା ଜଣେ ଜର୍ନାଲିଷ୍ଟଙ୍କୁ ଆଫଗାନିସ୍ତାନ ଚାଲି ଯିବାକୁ କହିଛନ୍ତି। କାଟ୍‌ନି ଜିଲାର ଭାଜପା ମୁଖ୍ୟ ରାମରତନ ପାୟଲ କହିଛନ୍ତି, ଦେଶ ଉପରେ କରୋନାର ତୃତୀୟ ଲହର ଆଶଙ୍କା ଥିବା ବେଳେ ପେଟ୍ରୋଲ ଦର ସମ୍ପର୍କରେ ପ୍ରଶ୍ନ କରୁଛ। ଆଫଗାନିସ୍ତାନ ଚାଲିଯାଅ। ସେଠାରେ ପେଟ୍ରୋଲ ଦର ୫୦ ଟଙ୍କା। ସେଠାକାର ଲୋକେ ତେଲ କଥା ପଚାରୁ ନାହାନ୍ତି। ଅତିକମ୍‌ରେ ଆମେ ଭାରତରେ ସୁରକ୍ଷିତ ଅଛୁ। ରାମରତନଙ୍କ ମନ୍ତବ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share