‘ସାଇରନ ଶୁଣିଲେ ବୋମା ଶେଲଟରକୁ ଚାଲିଯାଅ’

ନୂଆଦିଲ୍ଲୀ,୨୪।୨: ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିବା ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ତୃତୀୟ ଆଡଭାଇଜରି ଜାରି କରାଯାଇଛି। ରାଜଧାନୀ କ୍ୱିଭ ସହରରେ ଏୟାର ରେଡ୍‌ ସାଇରନ ଶୁଣିଲେ ବୋମା ଶେଲଟରକୁ ଚାଲିଯିବାକୁ ଏକ ଟୁଇଟ୍‌ ଜରିଆରେ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ।

ଉକ୍ତ ଟୁଇଟ୍‌ରେ ଦୂତାବାସ ପକ୍ଷରୁ କ୍ୱିଭ ସହରର ପ୍ରଶାସନିକ ବୋମା ଆଶ୍ରୟସ୍ଥଳର ଲୋକେଶନ ମଧ୍ୟ ଦିଆଯାଇଛି।

“ଆପଣ ଜାଣିଥିବେ, ୟୁକ୍ରେନ ଏବେ ସାମରିକ ଆଇନ ଅଧୀନରେ ଅଛି। ଏଥିଯୋଗୁ ଦେଶରେ ଚଳପ୍ରଚଳ କରିବା କଷ୍ଟକର। କ୍ୱିଭ ସହରରେ ସୁରକ୍ଷିତ ସ୍ଥାନ ବିନା ଫସିଥିବା ଛାତ୍ରୀଛାତ୍ରଙ୍କ ସହାୟତା ପାଇଁ ମିଶନ ଯୋଗାଯୋଗରେ ଅଛି। ଆମକୁ ଜଣା ଅଛି, କିଛି ସ୍ଥାନରେ ଏୟାର ସାଇରେନ ତଥା ବୋମା ଚେତାବନୀ ଶୁଣିବାକୁ ମିଳୁଛି। ଯଦି ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ, ତେବେ ଗୁଗଲ ମ୍ୟାପ୍ସରେ ସ୍ଥାନୀୟ ବୋମା ଶେଲଟରଙ୍କ ତାଲିକା ରହିଛି। ସେମାନଙ୍କ ମଧ୍ୟରୁ ଅନେକ ଶେଲଟର ମାଟିତଳେ ମେଟ୍ରୋରେ ରହିଛି” ବୋଲି ଦୂତାବାସ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share