Categories: ଜାତୀୟ

ଯଦି ପ୍ରମାଣ ଅଛି କୋର୍ଟ ଯାଅ: ଅମିତ ଶାହା

ନୂଆଦିଲ୍ଲୀ,୧୪।୧: ଆଦାନୀ ହିଣ୍ଡେନବର୍ଗ ଏପିସୋଡକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସରକାର କିମ୍ବା ଭାଜପାର ଲୁଚାଇବାକୁ କିଛି ନାହିଁ କିମ୍ବା ଭୟ କରିବାର ଆବଶ୍ୟକତା ନାହିଁ। ବିରୋଧୀ କେବଳ ହଙ୍ଗାମା କରିବା ଜାଣନ୍ତି। ଯଦି ତାଙ୍କ ପାଖରେ ଭୁଲ ତଥ୍ୟର କୌଣସି ପ୍ରମାଣ ଅଛି, ତେବେ ସେ କୋର୍ଟକୁ ଯିବା ଉଚିତ୍‌।
ସୂଚନାଯୋଗ୍ୟ, ହିଣ୍ଡେନବର୍ଗ ରିସର୍ଚ୍ଚର ଏକ ରିପୋର୍ଟରେ ଆଦାନୀ ଗ୍ରୁପ ସଂପର୍କରେ ଷ୍ଟକ ମନିପୁଲେସନ ଏବଂ ଆର୍ଥିକ ଠକେଇର ଦାବି କରାଯାଇଛି। ଏହି ରିପୋର୍ଟ ପରେ, ଆଦାନୀ ଗ୍ରୁପ୍‌ ଶେୟାରରେ ବଡ଼ ହ୍ରାସ ହୋଇଛି।
ଭାଜପାକୁ ଆଦାନୀଙ୍କ ସହ ଭାଜପାର ବନ୍ଧୁତା ଥିବା କଂଗ୍ରେସ ଅଭିଯୋଗ କରୁଛି। ଶାହା କହିଛନ୍ତି, ଭାଜପା ପାଖରେ କିଛି ଲୁଚାଇବାକୁ ନାହିଁ ଏବଂ ଏ ବାବଦରେ ଭୟ କରିବାର କିଛି ନାହିଁ। ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏ ସମ୍ପର୍କିତ ଏକ ମାମଲା ଚାଲିଛି। ଦେଶର କ୍ୟାବିନେଟର ସଦସ୍ୟ ହୋଇଥିବାରୁ ଏହି ସମୟରେ କିଛି କହିବା ମୋ ପାଇଁ ଠିକ ହେବ ନାହିଁ।

Share