Categories: ଖେଳ

‘ଘରୋଇ କ୍ରିକେଟକୁ ଯାଆନ୍ତୁ, ଯଦି ଫର୍ମକୁ ଫେରନ୍ତି ଦେଖାଯିବ’

ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ହେଲେ ଦଳ ପାଇଁ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛନ୍ତି। ସେ ଦୀର୍ଘଦିନରୁ ବଡ଼ ସ୍କୋର କରିପାରୁ ନ ଥିବାରୁ ଦଳରୁ ବାହାର କରିବା ଲାଗି ଦାବି ହେଉଛି। ପୂର୍ବରୁ କପିଲ ଦେବ ଏହି ପ୍ରସଙ୍ଗରେ ମତ ରଖିଥିବା ବେଳେ ଏବେ ପୂର୍ବତନ ଉଇକେଟକିପର ସୟଦ କିର୍ମାନି ମଧ୍ୟ ବିରାଟଙ୍କୁ ବାହାର କରାଯାଉ ବୋଲି କହିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ପ୍ରତିଯୋଗିତା ବଢ଼ିଛି। ଯଦି ତୁମେ ପ୍ରଦର୍ଶନ କରିବ ନାହିଁ ତେବେ ଯେତେ ଅଭିଜ୍ଞ ହେଲେ ମଧ୍ୟ ଚୟନ କମିଟିକୁ ନିଷ୍ପତ୍ତି ନେବାକୁ ପଡ଼ିବ। ଏଭଳି ସ୍ଥିତିରେ ଘରୋଇ କ୍ରିକେଟ ଫେରିହେବ। ସେଠାରେ ଭଲ ଖେଳି ଫର୍ମକୁ ଫେରିଥିଲେ ଭାରତୀୟ ଦଳରେ ଫିଟ୍‌ ହେବ କି ନାହିଁ ତାହା ଦେଖାଯିବ ବୋଲି କିର୍ମାନି କହିଛନ୍ତି।

ତେବେ କିର୍ମାନି ଏକା ନୁହନ୍ତି, ପୂର୍ବରୁ କପିଲ ଦେବ ମଧ୍ୟ ବିରାଟଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ମୁହଁ ଖୋଲିଥିଲେ। ଯଦି ସେ ରନ୍‌ କରୁନାହାନ୍ତି, ତେବେ ନିଷ୍ପତ୍ତି ନେବାକୁ ହେବ। କାରଣ ଫର୍ମ ଆଧାରରେ ଏକାଦଶ ବଛାଯିବା ଉଚିତ। କେବଳ ନାମ ଆଧାରରେ ନୁହେଁ ବୋଲି ସେ କହିଥିଲେ।
ପ୍ରକାଶ ଯେ, ଦୀର୍ଘ ୩ ବର୍ଷ ହେଲାଣି ବିରାଟ କୌଣସି ଶତକ ମାରିନାହାନ୍ତି। ଏଜବାଷ୍ଟନ ଟେଷ୍ଟଠାରୁ ଆରମ୍ଭ କରି ଇଂଲଣ୍ଡ ବିପ’ ଟି୨୦ ସିରିଜରେ ମଧ୍ୟ ସେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଏହାପରଠାରୁ ତାଙ୍କୁ ଦଳରୁ ବାହାର କରାଯାଉ ବୋଲି ଦାବି ହେଉଛି।

Share