Categories: ଫୁରସତ

ପିଲାଦିନେ କହିଥିଲେ ଆମେ ହେଲିକପ୍ଟରରେ ଶାଶୁଘର ଯିବୁ, କଥା ରଖିଲେ ପିତା

ରାଜସ୍ଥାନର ଝୁନ୍‌ଝୁନ୍‌ରେ ଦୁଇ ଝିଅଙ୍କ ପିଲାଦିର ଇଚ୍ଛା ପୂରଣ କରିଛନ୍ତି ପିତା। ସୁରଜଗଡ଼ର ଢାଣିରେ ରହୁଥିବା ସୁରେଶ ଖେଦଡ଼ଙ୍କ ଦୁଇ ଝିଅ ପୁନମ ଏବଂ ପ୍ରିୟଙ୍କାଙ୍କ ପିଲାଦିନେ ପିତାଙ୍କୁ କହିଥିଲେ ଆମକୁ ଶାଶୁଘର ହେଲିକପ୍ଟରରେ ପଠାଇବ। ଦୁଇଝିଅଙ୍କ କଥା ଏବେ ରକ୍ଷା କରିଛନ୍ତି ପିତା। ଏକ ହେଲିକପ୍ଟର ଯୋଗେ ଝିଅ ଦୁହିଁଙ୍କୁ ଶାଶୁଘର ପଠାଇଛନ୍ତି।

ବଡ଼ଝିଅ ପୁନମ ଜଣେ ଆୟୁର୍ବେଦିକ ଡାକ୍ତର ହୋଇଥିବା ବେଳେ ସାନ ଝିଅ ପ୍ରିୟଙ୍କା ମଧ୍ୟ ଜଣେ ଆୟୁର୍ବେଦିକ ଡାକ୍ତର। ପୁଅ ଅଙ୍କିତ ଶ୍ରୀରାମ କଲେଜରେ ଏଲ୍‌ଏଲ୍‌ବି କରୁଛନ୍ତି। ସୁରେଶ ନିଜେ ଗୋଟିଏ ଶିକ୍ଷାନୁଷ୍ଠାନ ବି କରିଛନ୍ତି। ଦୁଇ ଝିଅ ସୁରେଶଙ୍କୁ ପିଲାଦିନେ କହୁଥିଲେ, ଆମେ ହେଲିକପ୍ଟରରେ ବସିବୁ। ଆମକୁ ଯଦି ଶାଶୁଘର ପଠାଇବ ତେବେ ହେଲିକପ୍ଟରରେ ଯିବୁ। ତେବେ ଦୁଇ ଝିଅଙ୍କ ସ୍ବପ୍ନକୁ ପୂରା କରି ସୁରେଶ ବହୁତ ଖୁସି ଅଛନ୍ତି ବୋଲି କୁହନ୍ତି।

ଅନ୍ୟପକ୍ଷରେ ଦୁଇ ଝିଅ କୁହନ୍ତି ପିତା ଆମ ପିଲାଦିନର ସ୍ବପ୍ନ ପୂରା କରିଥିବାରୁ ଆମେ ବହୁତ ଖୁସି ସହ ତାଙ୍କୁ ଧନ୍ୟବାଦ ଦେଉଛୁ। ବିଦାୟ ସମୟରେ ଉଭୟ କନ୍ୟା ଏବଂ ବରପକ୍ଷର ଲୋକ ଉପସ୍ଥିତ ଥିଲେ। ବର ଦୁଇଜଣ ମଧ୍ୟ ଆୟୁର୍ବେଦିକ ଡାକ୍ତର ଅଟନ୍ତି। ଏହି ବିଦାୟ ଏବେ ପୂରା ଚର୍ଚ୍ଚାରେ ରହିଛି।

Share