Categories: ଜାତୀୟ

ସରକାରୀ କର୍ମଚାରୀଙ୍କୁ ମିଳିବ ବୈଦ୍ୟୁତିକ ଯାନ

ପାଣାଜୀ,୬।୬: ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଆ ଏବଂ କେରଳ ସରକାର ସେମାନଙ୍କ ରାଜ୍ୟରେ ସରକାରୀ ଏଜେନ୍ସି ଏବଂ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ କିଣିବା ପାଇଁ ପଦକ୍ଷେପ ନେଇଛନ୍ତି। ଗୋଆ ଏବଂ କେରଳ ସରକାର କନଭର୍ଜେନ୍ସ ଏନର୍ଜି ସର୍ଭିସେସ ଲିମିଟେଡ (ସିଏସଏଲ)ର ସହାୟକ କମ୍ପାନୀ ସହିତ କନଭର୍ଜେନ୍ସ ଏନର୍ଜି ସର୍ଭିସେସ ଲିମିଟେଡ(ସିଇଏସ୍‌ଏଲ୍‌)ର ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ରାଜ୍ୟଗୁଡିକ ପାଇଁ ୩୦,୦୦୦ରୁ ଅଧିକ ବୈଦ୍ୟୁତିକ ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନ କ୍ରୟ କରାଯିବ। ଗୋଆ ଏବଂ କେରଳ ସରକାର ବିଶ୍ୱ ପରିବେଶ ଦିବସରେ ସିଇଏସ୍‌ଏଲ୍‌ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ବୈଦ୍ୟୁତିକ ଯାନଗୁଡିକ ସରକାରୀ କର୍ମଚାରୀଙ୍କ ଦ୍ୱାରା ବ୍ୟବହାର କରାଯିବ। ଏହି ଚୁକ୍ତିନାମା ବିଷୟରେ ଗୋଆର ଶକ୍ତି ଏବଂ ପରିବେଶ ମନ୍ତ୍ରୀ ନୀଲେଶ କ୍ୟାବରାଲ କହିଛନ୍ତି ଯେ, ଏହି ଚୁକ୍ତିନାମା ଗୋଆକୁ ସବୁଜ ରାଜ୍ୟ କରିବାରେ ସହାୟକ ହେବ।

Share