Categories: ଜାତୀୟ

ଗୋଆରେ ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ଅଛି: ଭାଜପା

ନୂଆଦିଲ୍ଲୀ,୧୦।୩: ଆମେ ସନ୍ଧ୍ୟାରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟିବୁ ବୋଲି ଗୋଆ ଭାଜପା ପକ୍ଷରୁ ଗୁରୁବାର କୁହାଯାଇଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଭାଜପା ୧୮ ଆସନ ସହ ଆଗୁଆ ଥିବା ବେଳେ ୧୦ ଆସନ ସହ କଂଗ୍ରେସ ପଛରେ ଅଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ସରକାର ଗଠନ କରିବା ପାଇଁ ୨୧ ବିଧାୟକଙ୍କ ସମର୍ଥନ ଦରକାର। ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ଭାଜପା ପ୍ରତି ରହିଥିବା ଦାବି କରାଯାଇଛି। ୩ ସ୍ବାଧୀନ ପ୍ରାର୍ଥୀ ପ୍ରାରମ୍ଭିକ ଗଣତିରେ ଆଗରେ ଅଛନ୍ତି।

ସରକାର ଗଠନ କରିବାରେ କିଙ୍ଗ୍‌ ମେକର ହେବ ବୋଲି କୁହାଯାଉଥିବା ମହାରାଷ୍ଟ୍ରଓ୍ବାଡି ଗୋମାଣ୍ଟକ ପାର୍ଟି (ଏମ୍‌ଜିପି) ୩ ଆସନରେ ଆଗୁଆ ରହିଛି। ଗୋଆ ଫରଓ୍ବାର୍ଡ ପାଟି (ଜିଏଫ୍‌ପି) ଗୋଟିଏ ଆସନରେ ଆଗୁଆ ଥିବା ବେଳେ ଆମ ଆଦମି ପାର୍ଟି (ଏଏପି)ର ୨ ପ୍ରାର୍ଥୀ ଏବେ ଆଗୁଆ ଅଛନ୍ତି।

Share