ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜି,୧୦।୩: ୨୦୨୨ ବିଧାନସଭା ନିର୍ବାଚନରେ ସାଙ୍କୁଲିମ ଆସନରୁ ଗୋଆ ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି। ପ୍ରମୋଦ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ମାତ୍ର ୧ ହଜାର ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି। ଭାଜପା ୧୯ଟି ଅସନରେ ଆଗରେ ଥିବା ବେଳେ ୩ ସ୍ବାଧୀନ ବିଧାୟକ ଭାଜପାକୁ ସମର୍ଥନ ଘୋଷଣା କରିଛନ୍ତି। ଏନେଇ ଗୋଆରେ ଭାଜପା ପୁଣି ସରକାର ଗଠନ କରିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଗୁରୁବାର ସନ୍ଧ୍ୟାରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବେ ବୋଲି ସୂଚନା ମିଳିଛି।

୪୦ଟି ଆସନର ଗଣତି ଟ୍ରେଣ୍ଡ ଅନୁଯାୟୀ, ଭାଜପା ୧୯ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧୨ଟି ଆସନରେ ଆଗରେ ଥିବା ବେଳେ ଟିଏମ୍‌ସି ମିଳିତ ମଞ୍ଚ ୩ଟି ଆସନରେ ଆଗୁଆ ରହିଛି। ୩ ଜଣ ସ୍ବାଧୀନ ବିଧାୟକ ବିଜୟ ଲାଭ କରିଛନ୍ତି।

Share