Posted inଜାତୀୟ

ନାବାଳିକା ବଳାତ୍କାର ମାମଲାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

ପଣଜି,୨୯ ।୭: ଗୋଆରେ ନିକଟରେ ୨ ନାବାଳିକାଙ୍କ ବଳାତ୍କାର ଘଟଣା ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣାର ନିନ୍ଦା ମଧ୍ୟ କରାଯାଇଥିଲା । ଏବେ ଏହାକୁ ନେଇ ବୁଧବାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଧାନସଭାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମାତାପିତା ଏହି ଘଟଣାକୁ ନେଇ ଆତ୍ମସମିକ୍ଷା କରିବା ଦରକାର ଯେ ଅନ୍ଧାର ହେବା ପରେ ରାତିରେ କାହିଁକି ସେମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ସାୱନ୍ତ ବିରୋଧି ବିଧାୟକ ତାଙ୍କ ଉପରେ ଉଠାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଥିଲେ । ସେ କହିଥିଲେ ୨୪ ଜୁଲାଇ ରାତିରେ ୧୦ ଜଣ ସମୁଦ୍ର କୂଳରେ ପାର୍ଟି କରୁଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ଘରକୁ ଫେରିଥିବା ବେଳେ ୨ ଜଣ ସମୁଦ୍ର କୂଳରେ ସମ୍ପୂର୍ଣ୍ଣ ରାତି କାଟିଥିଲେ । ଏକଥାକୁ ସେମାନଙ୍କ ମାତାପିତା ଚିନ୍ତା କରିବା ଦରକାର । ସବୁ ଅସୁବିଧା ପୋଲିସ ମୁଣ୍ଡରେ ଲଦିଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ । ପିଲାମାନେ ଯଦି ସେମାନଙ୍କ ଅଭିଭାବକଙ୍କ କଥା ମାନୁ ନାହାନ୍ତି ଏଥିପାଇଁ ପୋଲିସ କିଛି କରିପାରିବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ ବିରୋଧ କରିଥିଲେ । ସେ କହିଥିଲେ ଗୋଅର ବ୍ରାଣ୍ଡ ଇମେଜ ହେଉଛି ଏଠାରେ ଯେ କୌଣସି ବ୍ୟକ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ମଣିପାରିବେ । ସୂଚନାଯୋଗ୍ୟ ଉକ୍ତ ବଳାତ୍କାର ମାମଲାରେ ପୋଲିସ ଏପଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୫ରୁ ବନ୍ଦ ହୋଇଯିବ ଭିଡିଓ କଲିଂ ପ୍ଲାଟଫର୍ମ Skype, ୨୨ ବର୍ଷ ପୂର୍ବେ ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ,୨୮।୨: Microsoft ଦୁଇ ଦଶନ୍ଧି ପୁରୁଣା ଇଣ୍ଟରନେଟ କଲିଂ ସେବା Skypeକୁ ବନ୍ଦ କରିବାକୁ ଯାଉଛି। ମେ’ ୫ ତାରିଖ ଯାଏ ଏହା କାର୍ଯ୍ୟକ୍ଷମ ରହିବ।...

ଶେଷ ହୋଇଗଲାକି କଂଗ୍ରେସ ସହ ମତଭେଦ?ଖାର୍ଗେ-ରାହୁଲଙ୍କ ସହ ଫଟୋରେ ନଜର ଆସିଲେ ଶଶି ଥରୁର

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ତଥା ତିରୁବନନ୍ତପୁରମ୍‌ ଏମ୍‌ପି ଶଶି ଥରୁର୍‌ ଦଳ ଉପରେ କ୍ଷୁବ୍ଧ ନଜର ଆସୁଥିଲେ। ଦଳରେ...

Indian Railway: ମାର୍ଚ୍ଚ ୧ ବଦଳିଯିବ ନିୟମ? ଓ୍ବେଟିଂ ଟିକେଟ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୮।୨: ମାର୍ଚ୍ଚ ୧ରୁ ବଦଳିଯିବ ଭାରତୀୟ ରେଲଓ୍ବେର ନିୟମ! ଏନେଇ ରେଳ ମନ୍ତ୍ରଣାଳୟ ଦେଇଛି ବଡ଼ ସୂଚନା। ବରିଷ୍ଠ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ମାର୍ଚ୍ଚ...

2047 ସୁଦ୍ଧା ଭାରତ ପାଇବ High Income Country ର ଷ୍ଟାଟସ୍‌, ବିଶ୍ୱ ବ୍ୟାଙ୍କର ନୂଆ ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୮।୨: ବିଶ୍ୱ ବ୍ୟାଙ୍କ ଆଜି ଏକ ବଡ଼ ରିପୋର୍ଟର ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ଭାରତକୁ 2047 ସୁଦ୍ଧା High Income Status...

Jan Samarth Portal: ଋଣ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ବ୍ୟାଙ୍କ, ଜାଣନ୍ତୁ ସରକାର ଆରମ୍ଭ କରିଥିବା ସବୁଠାରୁ ସହଜ ଉପାୟ…

ନୂଆଦିଲ୍ଲୀ,୨୮।୨: ଯଦି ଆପଣଙ୍କୁ ବ୍ୟବସାୟ, ଶିକ୍ଷା, ଚାଷ କିମ୍ବା ଅନ୍ୟ କୌଣସି ଆବଶ୍ୟକତା ପାଇଁ ଋଣ ଆବଶ୍ୟକ, ତେବେ ଏବେ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କକୁ...

ହିନ୍ଦୁ, ମୁସଲିମ ନା ଇସାଇ…ଜାଣନ୍ତୁ ଦୁନିଆର କେଉଁ ଧର୍ମର ବ୍ୟକ୍ତି Super Billionaires, ଲିଷ୍ଟ ଦେଖିଲେ ଚମକି ପଡିବେ…

ସାରା ବିଶ୍ୱରେ ଏପରି ୨୪ଜଣ ଲୋକ ଅଛନ୍ତି ଯେଉଁମାନଙ୍କୁ Super Billionaires କୁହାଯାଏ। ଆପଣ ଏହି ଲୋକଙ୍କୁ ଧନୀମାନଙ୍କ ମଧ୍ୟରେ ସବୁଠାରୁ ଧନୀ ବୋଲି ବିବେଚନା...

ବୁଡିଯିବ କି LIC ଟଙ୍କା? କମ୍ପାନୀ ଉପରେ ୪୭୯.୮୮ କୋଟି ଟଙ୍କାର GST ନୋଟିସ

ନୂଆଦିଲ୍ଲୀ,୨୮।୨: LICକୁ ଶକ୍ତ ଝଟକା! ସାର୍ବଜନୀନ କ୍ଷେତ୍ର ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (LIC) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାମଗ୍ରୀ ଓ...

ଦେଶର ଅର୍ଥନୀତି ଲାଗି ଖୁସି ଖବର: ତୃତୀୟ ତ୍ରୈମାସିକରେ GDPରେ ୬.୨% ଅଭିବୃଦ୍ଧି

ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ୨୦୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର) ପାଇଁ GDP ତଥ୍ୟ ପ୍ରକାଶ କରିଛନ୍ତି। ଏଥିରେ ଅଭିବୃଦ୍ଧି ହାର ୬.୨% ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image