Categories: ଜାତୀୟ

ପ୍ରାର୍ଥିପତ୍ର ଦାଖଲ କଲେ ଗୋଆ ମୁଖ୍ୟମନ୍ତ୍ରୀ

ପଣଜୀ,୨୭ ।୧: ଗୋଆ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ ସାଂକ୍ୱେଲିମ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ପ୍ରାର୍ଥିପତ୍ର ଦାଖଲ କରିସାରିବା ପରେ ଶ୍ରୀ ସାୱନ୍ତ କହିଛନ୍ତି, ଏହି ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି(ଭାଜପା) ବିପୁଳ ପରିମାଣରେ ଭୋଟ ପାଇ ବିଜୟ ଲାଭ କରିବ ଆଉ ମୁଁ ପୁଣିଥରେ ନିର୍ବାଚିତ ହେବି । ମୋର ଓ ଦଳୀୟ କର୍ମକର୍ତ୍ତାଙ୍କର ଦୃଢ ବିଶ୍ୱାସ ରହିଛି ଯେ ଏଥର ଗୋଆରେ ଭାଜପା ନିର୍ବାଚନ ଲଢିବ । ଏହାସହ ଭାଜପା ୨୨ଟି ଆସନରେ ନିଶ୍ଚିତ ଭାବେ ବିଜୟୀ ହେବ । ଆଉ ଆମେ ପୁଣିଥରେ କ୍ଷମତାକୁ ଫେରିବୁ ।

Share