Categories: ଜାତୀୟ

ପ୍ରିୟଙ୍କାଙ୍କ ଗସ୍ତ ଦିନ ଗୋଆ କଂଗ୍ରେସକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୋଆ ଗସ୍ତରେ ଯାଇଥିବା ବେଳେ ବହୁସଂଖ୍ୟାରେ ନେତା ଇସ୍ତଫା ଦେବା ଦଳକୁ ଶକ୍ତ ଧକ୍କା ଦେଇଛି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ ସହ ହେବାକୁ ଥିବା ମେଣ୍ଟକୁନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।

ପ୍ରିୟଙ୍କାଙ୍କ ନେତୃତ୍ୱରେ ଶୁକ୍ରବାର ଗୋଆରେ କଂଗ୍ରେସର ଏକାଧିକ ବୈଠକ ବସିବାର ଥିଲା। ଏହା ପୂର୍ବରୁ ସକାଳେ ପୋରଭୋରିମ୍‌ ନିର୍ବାଚନ ମଣ୍ଡଳୀର ଗୋଟିଏ ଗୋଷ୍ଠୀ କଂଗ୍ରେସ ନେତା ଇସ୍ତଫା ଦେଇଥିଲେ। ଉକ୍ତ ନେତାମାନଙ୍କ ପ୍ରତି ସ୍ବାଧୀନ ବିଧାୟକ ରୋହନ ଖୌନ୍ତେଙ୍କ ସମର୍ଥନ ରହିଛି। ଆସନ୍ତାବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନ ଲଢ଼ିବାକୁ କଂଗ୍ରେସ ଗୁରୁତର ସହ ନେଉ ନ ଥିବା ନେତାମାନେ ଅଭିଯୋଗ କରିଛନ୍ତି। ସବୁଠୁ ବଡ଼ ଝଟ୍‌କା ହେଲା ଦକ୍ଷିଣ ଗୋଆର ବରିଷ୍ଠ ନେତା ମୋରେନୋ ରେବେଲୋ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଦଳ ପାଇଁ କାମ କରୁଥିବା ସତ୍ତ୍ୱେ କୁର୍ଟୋରିମ୍‌ ଆସନର ବିଧାୟକ ଆଲେଇକ୍ସୋ ରେଗିନାଲ୍ଡୋ ଲୌରେନ୍‌କୋଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାରୁ ରେବେଲୋ ଅସନ୍ତୁଷ୍ଟ ଥିଲେ।

Share