ପଣଜୀ.୧୭ ।୧୦: ଗୋଆ ଫଣୱାର୍ଡ ପାର୍ଟି(ଜିଏଫ୍ପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ କିରଣ କଣ୍ଡୋଲକରଙ୍କ ରାଜନୈତିକ ବୟାନକୁ ନେଇ ଏବେ ବିବାଦ ଉପୁଜିଛି । କଣ୍ଡୋଲକର ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦେବୀ ଦୁର୍ଗା’ବୋଲି କହିଥିବା ବେଳେ ରାଜ୍ୟର ଭାଜପା ଶାସନକୁ ‘ଭଷ୍ମାସୁର’ ବୋଲି କହିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଗି ଯାଇଛନ୍ତି । କଣ୍ଡୋଲକର କହିଛନ୍ତି, ରାଜ୍ୟରେ ଶାସିତ ଭାଜପାକୁୁ ପରାସ୍ତ କରିବାକୁ ମା’ ଦୁର୍ଗାଙ୍କୁ ଏଠାକୁ ଆସିବାକୁ ପଡିବ । ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏଭଳି ରାଜନୀତି ହେଉଛି ସରଗରମ । ଏଭଳି ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଗଡି ଯାଇଥିବା ବେଳେ ସେ କହିଛନ୍ତି ରାଜ୍ୟବାସୀ ଏହାକୁ ଆଦୌ ସହିବେ ନାହିଁ ।