ପୁଣି ଅକ୍ସିଜେନ ଅଭାବ ନେଲା ୧୩ ଜୀବନ

ପାଣାଜି,୧୪।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ। ଅକ୍ସିଜେନ ଅଭାବ ଯୋଗୁ ଦେଶରେ ଅନେକ ଲୋକଙ୍କ ଜୀବନ ଗଲାଣି। ସରକାର ସବୁ ରାଜ୍ୟରେ ଅକ୍ସିଜେନ ପହଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ହେଲେ ଏହି ମହାମାରୀ ଏତେ ଭୟଙ୍କର ଯେ ଏଥିରୁ କେହି ବର୍ତ୍ତି ପାରୁନାହାନ୍ତି। ଏହି କ୍ରମରେ ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ଅଭାବ ଦେଖାଦେଇଛି। ଯେଉଁଥିପାଇଁ ଗତକାଲି ରାତି ୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ୧୩ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଅକ୍ସିଜେନ ଲେବଲ କମିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। ପୂର୍ବରୁ ବି ଏହି ହସ୍ପିଟାଲରେ ଅକ୍ସିଜେନ ସମସ୍ୟା ଦେଖାଯିବାରୁ କେତେକ ରୋଗୀଙ୍କ ମୃତ୍ୟୁ ହୋଇସାରିଛି।

Share