Categories: ଜାତୀୟ

ଗୋଆ ମନ୍ତ୍ରୀ ନୀଲେଶ କବରାଲଙ୍କ ଇସ୍ତଫା…

ପଣଜୀ,୧୯।୧୧ : ଗୋଆ ସରକାରଙ୍କ ମନ୍ତ୍ରୀ ନୀଲେଶ କବରାଲ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଆଲେକ୍ସୋ ସେକିରାଙ୍କୁ ତାଙ୍କ ସ୍ଥାନରେ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଛି। ସିଏମ ପ୍ରମୋଦ ସାୱନ୍ତ ଏହି ସୂଚନା ଦେଇଛନ୍ତି। ଗତ ବର୍ଷ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଆଠ ଜଣ ବିଧାୟକଙ୍କ ମଧ୍ୟରେ ସେକିରା ଅଛନ୍ତି। ସିଏମ ପ୍ରମୋଦ ସାୱନ୍ତ ରବିବାର କହିଛନ୍ତି କବରାଲ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ରାଜ୍ୟପାଳ ପିଏସ ଶ୍ରୀଧରନ ପିଲ୍ଲାଇଙ୍କ ଅନୁମୋଦନ ପାଇଁ ପଠାଯାଇଛି।

ନୀଲେଶ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସରକାରରେ ପିଡବ୍ଲ୍ୟୁଡି ଏବଂ ଆଇନ ମନ୍ତ୍ରୀ ଥିଲେ। ତେବେ ମନ୍ତ୍ରୀ ପଦ ଛାଡିବା ପରେ ଏପର୍ଯ୍ୟନ୍ତ ନୀଲେଶ କବରାଲଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସିଏମ ସାୱନ୍ତ କହିଛନ୍ତି ରବିବାର ସନ୍ଧ୍ୟାରେ ସେକିରାଙ୍କୁ ମନ୍ତ୍ରୀ କରାଯାଇପାରେ। ସିଏମ କାର୍ଯ୍ୟାଳୟ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ରାଜ୍ୟପାଳ ବର୍ତ୍ତମାନ ବାହାରେ ଅଛନ୍ତି ଏବଂ ସେ ଅପରାହ୍ନ ସୁଦ୍ଧା ଫେରିବେ। ଏହା ପରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସେକିରା ମଧ୍ୟ ମନ୍ତ୍ରୀ ଭାବେ ନିଜ ନିଯୁକ୍ତିକୁ ନିଶ୍ଚିତ କରିଛନ୍ତି।

Share