Categories: ଜାତୀୟ

ପୂର୍ବରେ କଂଗ୍ରେସର ଗଡ଼ ଜୟ ଲକ୍ଷ୍ୟ: ଦକ୍ଷିଣରେ ଭାଜପାର ସ୍ଥିତି ସୁଦୃଢ଼ ଯୋଜନା

ନୂଆଦିଲ୍ଲୀ,୧୪।୨: ଆଗକୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ,କେରଳ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ସ୍ଥିତି ସୁଦୃଢ଼ କରିବା ଲାଗି ରବିବାର ତାମିଲନାଡୁ ଏବଂ କେରଳ ଗସ୍ତରେ ଯାଇଛନ୍ତି। କେତେକ ସଂଗଠନ ପକ୍ଷରୁ ଏହି ଗସ୍ତକୁ ବିରୋଧ କରାଯାଇଥିବା କୁହାଯାଉଛି। ମୋଦି ଦେଶର ଦକ୍ଷିଣ ରାଜ୍ୟରେ ଭାଜପା ପାଇଁ ସମ୍ଭାବନା ଖୋଜୁଥିବାବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଆସାମ ଗସ୍ତରେ ଆସିଛନ୍ତି। କଂଗ୍ରେସ ପୂର୍ବ ରାଜ୍ୟରେ ଗଡ଼ ଜୟ ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରିଛି। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଣନୀତି ଆଗରେ ତିଷ୍ଠିବା ପାଇଁ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି।

Share