Categories: ଜାତୀୟ

କ୍ଷମତା ଦଖଲ ଲକ୍ଷ୍ୟ: ହ୍ବିଲ୍‌ଚେୟାରରେ ବସି ପ୍ରଚାର କଲେ ମମତା

କୋଲକାତା,୨୯।୩: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍‌ ୧ରେ କରାଯିବ। ଭାଜପା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ହଟାଇବା ଲାଗି ପ୍ରୟାସ ଜାରି ରଖିଛି। ଅପରପକ୍ଷରେ ମମତା ରାଜ୍ୟରେ ପୁଣି ତୃଣମୂଳ କଂଗ୍ରେସର ସଫଳତା ଦୋହରାଇ କ୍ଷମତା ଦଖଲ ପାଇଁ ଉଦ୍ୟମ କରୁଛନ୍ତି। ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମମତା ଟାଣ ଖରାରେ ସୋମବାର ହ୍ବିଲ୍‌ଚେୟାରରେ ବସି ନନ୍ଦିଗ୍ରାମ୍‌ରେ ରୋଡ୍‌ ଶୋ କରିଛନ୍ତି।

Share