ଢେଙ୍କାନାଳ ଅଫିସ, ୮।୧ ଢେଙ୍କାନାଳ ଜିଲା କଣ୍ଟାବଣିଆରେ ଚାଲିଥିବା କଣ୍ଟାବଣିଆ କ୍ରିକେଟ୍ କପ୍ ଟୁର୍ନାମେଣ୍ଟ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ରେ କଂଟାବଣିଆ ୱାନ ଷ୍ଟାର କ୍ରିକେଟ କ୍ଲବକୁ ୧୦ ଉଇକେଟରେ ହରାଇ ଅନୁଗୋଳ ଛେଳିଆବେଡା କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି। କଣ୍ଟାବଣିଆ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୭ ଉଇକେଟ ହରାଇ ୧୧୦ ରନ୍ କରିଥିଲା। ଛେଳିଆବେଡ଼ା ଦଳ ୬.୪ ଓଭରରେ ବିନା କୌଣସି ଉଇକେଟ ହରାଇ ୧୧୨ ରନ୍ କରି ବିଜୟୀ ହୋଇଥିଲା।ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମଙ୍ଗଳପୁର ସରପଞ୍ଚ ଅମରେଶ ରାଉତ, ସମ୍ମାନିତ ଅତିଥି କୁସୁପଙ୍ଗା ସମିତି ସଭ୍ୟ ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ନାମେଣ୍ଟରେ ୧୬ଦଳ ଅଂଶଗ୍ରହଣ କରିଥିଲେ।