ମଣିଷ ପରି ଛୁଆ ଜନ୍ମ ଦେଲା ଛେଳି: ଦେଖିବାକୁ ଲୋକଙ୍କ ଭିଡ

ଗୁଆହାଟୀ,୨୮।୧୨:ଏକ ପଶୁ ମଣିଷ ଛୁଆ ଜନ୍ମ ଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଖବର। ଆସାମ ରାଜ୍ୟର କଚାର ଜିଲାରେ ମଣିଷ ପରି ଏକ ସନ୍ତାନ ଜନ୍ମ ଦେଇଛି ଛେଳି। ଏହି ଛୁଆକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଛି। କୁହାଯାଇଛି ଯେ ଏହି ଛେଳି ଶିଶୁର ଦୁଇ ଗୋଡ ଏବଂ କାନ ବ୍ୟତୀତ ସବୁକିଛି ମଣିଷ ପରି ଦେଖାଯାଉଛି। ତେବେ ଛେଳିଟି ଜନ୍ମର ଅଧ ଘଣ୍ଟା ପରେ ମରିଯାଇଛି।
କାଚର ଜିଲାର ଗଙ୍ଗା ନାଗର ଗାଁରେ ଲୋକମାନେ ଏହା ଦେଖିବା ମାତ୍ରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଶୁପାଳକ କହିଛନ୍ତି ଯେ, ତାଙ୍କ ଛେଳି ସୋମବାର ଏକ ଛୁଆ ଜନ୍ମ ଦେଇଥିଲା। ଛେଳି ଛୁଆର ଚେହେରା ଠିକ ମଣିଷ ପରି ଦେଖାଯାଉଥିଲା। ଏପରିକି ଏହି ଛୁଆର ଲାଞ୍ଜ ମଧ୍ୟ ଦେଖାଯାଉ ନ ଥିଲା। ତେବେ ଅଧ ଘଣ୍ଟା ମଧ୍ୟରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଛେଳି ଛୁଆର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ଛେଳି ସଂପୂର୍ଣ୍ଣ ବିକଶିତ ହୋଇ ନ ଥିବା ଦେଖାଯାଏ। ତଥାପି, ଚେହେରାଟି ମନୁଷ୍ୟର ଚେହେରା ପରି ଦେଖାଯାଉଥିଲା। ଗ୍ରାମବାସୀ ଅନୁଭବ କରିଥିଲେ ଯେ, ସେମାନଙ୍କର ପୂର୍ବପୁରୁଷମାନେ ଛେଳିର ପେଟରେ ଜନ୍ମ ହୋଇଥିଲେ। ତେବେ ସ୍ଥାନୀୟ ଲୋକ ତାଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୋତି ଦେଇଥିଲେ।

 

Share