Advertisement

ଚମ୍ପୁଆ,୨୮ା୭(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବଜାର ମଧ୍ୟରୁ ଛେଳିଚୋରି ଅଭିଯୋଗ ହୋଇଛି। ଘର ଆଗରେ ବନ୍ଧା ହୋଇଥିବା ଛେଳିକୁ ୨ ଯୁବକ କାରରେ ଭର୍ତ୍ତି କରି ନେଇଯାଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଚମ୍ପୁଆ ପୋଲିସରେ ଜିମା ଦେଇଥିଲେ। ପୋଲିସ ମାମଲା (ନଂ.୧୧୧/୨୦୨୩) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ୯ ଘଟିକା ସମୟରେ ଓଡି ୦୫ ବିସି ୮୬୨୦ ମାରୁତିସୁଇଫ୍ଟ କାର ଯୋଗେ ୩ ଜଣ ଚମ୍ପୁଆ ଗୌଡ଼ ସାହିରୁ ବିଶ୍ୱଜିତ୍‌ ପତିଙ୍କ ଘର ଆଗରେ ବନ୍ଧା ହୋଇଥିବା ଛେଳିକୁ ପଘାଖୋଲି କାର ଭିତରକୁ ଟେକିନେଇ ପଳାଇଯାଇଥିଲେ। ପରିବାର ସଦସ୍ୟ ଦେଖି କାର ପଛରେ ଦୌଡ଼ାଇବା ସହିତ ଛେଳି ନେଇଗଲା ବୋଲି ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ କାରକୁ ପିଛାକରି କାଞ୍ଜିଆଶୁଳାରୁ ଭଣ୍ଡା ରାସ୍ତାରେ ଗାଡ଼ି ଓ ଚୋରମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଚୋରିରେ ସମ୍ପୃକ୍ତ ୩ ଜଣଙ୍କ ମଧ୍ୟରୁ ଆନନ୍ଦପୁର ଖୋଲଣା ଅଞ୍ଚଳର ପ୍ରତାପ ରାଉତ ଫେରାର ହୋଇଯାଇଥିବା ବେଳେ ଗ୍ରାମର ଦିପୁ ସେଠୀ ଓ କଟକ ଖୋଲର୍ଦା ଅଞ୍ଚଳର ନିର୍ମଳ ବେହେରାଙ୍କୁ ଚମ୍ପୁଆ ପୋଲିସକୁ ହସ୍ତାନ୍ତର କରିଥିଲେ। ବ୍ୟବହୃତ ଗାଡ଼ି ଜବତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share