Posted inଜାତୀୟ

ସିଂହ ସହ ଲଢ଼ି ପାରିବେନି ଛେଳି ମେଣ୍ଢା: ଶିନ୍ଦେ…

ମୁମ୍ବାଇ,୧୮।୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସୋମବାର ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି। ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଛେଳି ମେଣ୍ଢା ଜଙ୍ଗଲରେ ସିଂହ ବିରୁଦ୍ଧରେ ଲଢ଼ି ପାରିବେ ନାହିଁ।

ଶ୍ରୀନଗରର ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲକୁ ଶିନ୍ଦେ କହିଛନ୍ତି ମୁଁ ବିରୋଧୀ ଦଳକୁ ଶାଗୁଣା ବୋଲି କହିବି ନାହିଁ। କିନ୍ତୁ ଛେଳି ମେଣ୍ଢା ଏକାଠି ହୋଇ ଜଙ୍ଗଲରେ ସିଂହ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଏମଜୁଟ ହୋଇ ପାରିବେ ନାହିଁ। ସେ କହିଛନ୍ତି ସିଂହ ସର୍ବଦା ସିଂହ ଏବଂ ସେ ଜଙ୍ଗଲକୁ ଶାସନ କରିଥାଏ।

ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳ ଏକାଠି ହେବା ବିଷୟରେ ପଚରାଯିବାରୁ ଶିବସେନା ନେତା କହିଛନ୍ତି ସେମାନେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ଚିନ୍ତା କରୁଛନ୍ତି। ସେ କହିଛନ୍ତି ମୁଁ ଭାବୁନାହିଁ ବିରୋଧୀ କୌଣସି ସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ଅଛି।

ମହାରାଷ୍ଟ୍ରରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସର ସ୍ଥିତି ଉପରେ ଶିନ୍ଦେ କହିଛନ୍ତି ଅଜିତ ପାୱାର ଆମ ସହ ଯୋଗଦେବା ପରେ ଆମ ପ୍ରତି ୨୧୫ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ସରକାରଙ୍କ ପାଇଁ କୌଣସି ବିପଦ ନାହିଁ। ଉଦ୍ଧବ ଠାକରେଙ୍କ ନାମ ନ ନେଇ ସେ କହିଛନ୍ତି ଆମେ ଲୋକଙ୍କ ପାଇଁ କାମ କରୁଛୁ। ଲୋକମାନେ ସ୍ଥିର କରିବେ ସେମାନେ କେଉଁ ପ୍ରକାରର ବ୍ୟକ୍ତି ଚାହାଁନ୍ତି, ଯିଏ ସେମାନଙ୍କ ପାଇଁ କାମ କରେ କିମ୍ବା ଯିଏ କେବଳ ଘରେ ବସିଥାଏ ।

ବିରୋଧୀ ଶିବିରର ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଶିନ୍ଦେ କହିଛନ୍ତି ଦୁର୍ନୀତିଗ୍ରସ୍ତ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ଲୋକଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଇଡି ବିନା କାରଣରେ କାହାକୁ ହଇରାଣ କରେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଘୋଷଣା ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ? ଖୁଲାସା କଲେ ଶିନ୍ଦେ ଦଳର ନେତା

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମହାୟୁତି ଗଠବନ୍ଧନର ବଡ଼ ବିଜୟ ପରେ ନୂତନ ସରକାର ଗଠନ ପ୍ରକ୍ରିୟା ଧୀରେ ଧୀରେ ଆଗକୁ ବଢୁଛି। ଏହି ସମୟରେ ବିଧାୟକ ତଥା...

ଆତଙ୍କବାଦ ମାନବ ସଭ୍ୟତା ପାଇଁ କଳଙ୍କ…, ୨୬/୧୧ ଆକ୍ରମଣକୁ ନେଇ ବର୍ଷିଲେ ଶାହା

ନୂଆଦିଲ୍ଲୀ,୨୬।୧୧: ଗୋଟିଏ ପଟେ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ସ୍ମରଣ କରାଯାଉଥିବାବେଳେ ଅନ୍ୟ ପଟେ ଏହି ତାରିଖ ସହିତ ଜଡିତ ଏକ ଅନ୍ଧକାର ଦିନ...

RBI ଗଭର୍ନର ଶଶିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୬।୧୧: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଭଗର୍ନର ଶଶିକାନ୍ତ ଦାସ ଅସୁସ୍ଥ ଥିବା ଖବର ମିଳିଛି। ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସିଡିଟି...

ଆଦାନୀ ଗ୍ରୁପ୍‌ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ,୨୬ା୧୧: ତେଲଙ୍ଗାନାରେ ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକ ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀସମୂହ ଆଦାନୀ ଗ୍ରୁପ ଦକ୍ଷତା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ୧୦୦ କୋଟି...

କେରଳରେ ବଢ଼ୁଛି ଶିଶୁ ଯୌନ ଶୋଷଣ ମାମଲା

କୋଚି, ୨୬।୧୧: ଦେଶରେ ଦେଖାଦେଉଥିବା ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରୁ ସର୍ବାଧିକ ମାମଲା କେରଳରୁ ସାମ୍‌ନାକୁ ଆସିଛି। କେରଳ ଷ୍ଟେଟ୍‌ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌...

ଦିଲ୍ଲୀରେ ଜିଆର୍‌ଏପି-୪ ବଳବତ୍ତର ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ବି ଉତ୍କଟ ରହିଥିବାରୁ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ (ଜିଆର୍‌ଏପି-୪) ବଳବତ୍ତର ରହିବ ବୋଲି ସୁପ୍ରିକୋର୍ଟ ସୋମବାର...

ଆଣ୍ଡାମାନ୍‌ ସାଗରରୁ ୫ ଟନ୍‌ ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୨୬ା୧୧: ଆଣ୍ଡାମାନ୍‌ ସାଗରରେ ଏକ ମାଛଧରା ବୋଟ୍‌ରୁ ତଟସୁରକ୍ଷା ବାହିନୀ (ଆଇସିଜି) ୫ ଟନ୍‌ରୁ ଊର୍ଦ୍ଧ୍ୱ ଡ୍ରଗ୍ସ ଜବତ କରିଛି। ମ୍ୟାନ୍‌ମାର ଫିଶିଂ ବୋଟ୍‌ରୁ ଏହି ମେଥାମ୍ଫେଟାମାଇନ୍‌...

ସମ୍ଭଲ ହିଂସାକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ/ସମ୍ଭଲ,୨୬ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍‌ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri