ଗୋବିନ୍ଦ ସାହୁଙ୍କୁ ମାରି ଦିଆଯାଇଛି: ବିଧାୟକ

ଜୟପୁର, ୨୦ା୧୨ (ନି.ପ୍ର.)- ବହୁଚର୍ଚ୍ଚିତ ବଲଙ୍ଗୀର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଞ୍ଜି ଜେଲରେ ବନ୍ଦୀ ଥିବା ଗୋବିନ୍ଦ ଏକ ଗଛରେ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରତିକ୍ରିୟା ଦେଇଛନ୍ତି ।

ତାରା କହିଛନ୍ତି, ଗୋବିନ୍ଦ ସାହୁ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ମାରି ଦିଆଯାଇଛି । ଯଦି ସେ ଆତ୍ମହତ୍ୟା କରିଛନ୍ତି ତେବେ କିପରି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହାର ତଦନ୍ତ କରାଯାଉ। ତେବେ ଏସ୍‌ଆଇଟି ଦ୍ୱାରା ନଚେତ୍‌ ହାଇକୋର୍ଟର ଜଷ୍ଟିସ୍‌ଙ୍କ ଦ୍ୱାରା ଏହାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ମାମଲାର ସତ୍ୟାସତ୍ୟ ପଦାକୁ ଆସିଥିଲେ ଅନେକ ଅସୁବିଧାରେ ପଡ଼ିଥାନ୍ତେ। ସେଥିପାଇଁ ଘଟଣାର ତଦନ୍ତ ଏସ୍‌ଆଇଟି ଦ୍ୱାରା କରାଯିବାକୁ ସେ ମତ ଦେଇଛନ୍ତି।

Share