Categories: ଜାତୀୟ

ଶିବରାଜଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଭଗବାନ: କମଲନାଥ…

ଭୋପାଳ,୨୪।୬ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପାଟନାରେ ବିରୋଧୀ ଦଳର ବୈଠକକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ବନ୍ୟା ସମୟରେ ସାପ, ମାଙ୍କଡ ଏବଂ ବେଙ୍ଗ ଯେପରି ଗଛ ଉପରକୁ ଚଢ଼ି ଯାଆନ୍ତି, ବିରୋଧୀଙ୍କ ଅବସ୍ଥା ମଧ୍ୟ ସେହିପରି। ପାଟନାରେ ସମସ୍ତ ବିରୋଧୀ ଏକାଠି ହୋଇଥିଲେ। ସେଠାରେ ବିରୋଧୀ ଏକତା ଦେଖିବାକୁ ମିଳି ନ ଥିଲା। ସେମାନଙ୍କର ମୁଖ୍ୟ ପ୍ରସଙ୍ଗ ଥିଲା ରାହୁଲ ଗାନ୍ଧୀଙ୍କ ବିବାହ। ଏହି ମନ୍ତବ୍ୟ ନେଇ କମଲନାଥ ଏବେ ଶିବରାଜଙ୍କୁ ଏହାର ଜବାବ ଦେଇଛନ୍ତି।

ଶିବରାଜ ପୁଣି ଥରେ ରାଜନୀତିରେ ଶବ୍ଦର ମର୍ଯ୍ୟଦା ସୀମା ଅତିକ୍ରମ କରିଛନ୍ତି। ଆପଣ ବିରୋଧୀ ଦଳଙ୍କୁ ସାପ, ବେଙ୍ଗ ଏବଂ ମାଙ୍କଡ଼ ବୋଲି କହିଛନ୍ତି। ଗତ କିଛି ଦିନ ହେବ, ଆପଣ ଅପମାନଜନକ ଶବ୍ଦ ଏବଂ ନିମ୍ନ ସ୍ତରର ଭାଷା ବ୍ୟବହାର କରୁଛନ୍ତି। ଏହି ଭାଷା ସର୍ବସାଧାରଣରେ ଆପଣଙ୍କପ୍ରତି ଘୃଣା ସୃଷ୍ଟି କରୁଛି ।

ଯେତେବେଳେ ଆପଣ ଆମକୁ ସାପ ବୋଲି କହିବେ, ଜନସାଧାରଣ ଆମକୁ ଭଗବାନ ଶିବଙ୍କ ହାର ବୋଲି ଭାବିବେ। ଯେତେବେଳେ ଆମକୁ ମାଙ୍କଡ଼ ବୋଲି କହିବେ, ଜନସାଧାରଣ ଆମକୁ ଭଗବାନ ରାମଙ୍କ ବାନରସୈନ୍ୟ ଭାବରେ ବିବେଚନା କରିବେ। ଯେଉଁମାନେ ରାବଣର ପାପର ଲଙ୍କାକୁ ଧ୍ୱଂସ କରିଥିଲେ । ଆପଣ ଅପବ୍ୟବହାର ଜାରି ରଖ କିନ୍ତୁ ଆମେ ସତ୍ୟ ଏବଂ ସମ୍ମାନର ପଥ ଛାଡିବୁ ନାହିଁ । ଆପଣଙ୍କୁ ସଦ୍‌ବୁଦ୍ଧି ଏବଂ ସହନଶୀଳତା ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ବୋଲି କମଲନାଥ କହିଛନ୍ତି।

Share