Categories: ଜାତୀୟ

‘ଭଗବାନ ଆମକୁ ଦ୍ୱିତୀୟ ଜୀବନ ଦେଲେ‘

କୋଲକାତା,୩ା୬: ଶୁକ୍ରବାର ରାତିରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଏକ ଭୟଙ୍କର ଟ୍ରେନ ଦୁର୍ଘଟଣାରୁ ମୃତ୍ୟୁକୁ ସାମ୍ନା କରି ଗୋଟିଏ ପରିବାରର ମା’-ବାପା ଏବଂ ପୁଅ ଅଳ୍ପକେ ବଞ୍ଚି ଯାଇଛନ୍ତି। ଏହି ଦୁର୍ଘଟଣାରୁ ବର୍ତ୍ତି ସୁରକ୍ଷିତ ଭାବରେ ପଶ୍ଚିମବଙ୍ଗର ନିଜ ଘରକୁ ଫେରିଛନ୍ତି।

କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗାଲୁରୁ-ହାଓ୍ବଡ଼ା ଏକ୍ସପ୍ରେସ୍‌ ଓଡ଼ିଶାର ବାହାନଗା ଷ୍ଟେଶନ ନିକଟରେ ଏକ ମାଲବାହୀ ଟ୍ରେନ୍‌ ସହିତ ଧକ୍କା ହେବା ପରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ମହିସାଦଳ ବାସିନ୍ଦା ସୁବ୍ରତ ପାଲ, ସ୍ତ୍ରୀ ଦେବଶ୍ରୀ ପାଲ ଏବଂ ସେମାନଙ୍କ ୧୦ ବର୍ଷର ପୁଅ ଟ୍ରେନ୍‌ରେ ଯାତ୍ରା କରୁଥିଲେ।
ଏହି ଦମ୍ପତି ତାଙ୍କ ପୁଅକୁ ଡାକ୍ତର ଦେଖାଇବା ପାଇଁ ଚେନ୍ନାଇ ନେଇ ନେଉଥିଲେ। ସୁବ୍ରତ କହିଛନ୍ତି, ଗତକାଲି ଆମେ ଖଡ଼ଗପୁର ଷ୍ଟେଶନରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲୁ। ବାଲେଶ୍ୱର ଷ୍ଟେଶନ ପରେ ଟ୍ରେନ୍‌ ଏକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେଲା। ତା’ପରେ ଆମେ ଦେଖିଲୁ କମ୍ପାର୍ଟମେଣ୍ଟ ଧୂଆଁରେ ଭରିଯାଉଛି। ମୁଁ କାହାକୁ ଦେଖି ପାରିଲି ନାହିଁ। ସ୍ଥାନୀୟ ଲୋକମାନେ ମୋତେ ସାହାଯ୍ୟ କରିବାକୁ ଆସିଥିଲେ ଏବଂ ସେମାନେ ମୋତେ ଧ୍ୱଂସାବଶେଷରୁ ଟାଣି ନେଇଥିଲେ। ଏହା ଯେପରି ଭଗବାନ ଆମକୁ ଦ୍ୱିତୀୟ ଜୀବନ ଦେଇଛନ୍ତି ବୋଲି ସୁବ୍ରତ କହିଛନ୍ତି। ଏମାନେ ସାମାନ୍ୟ ଆହତ ହୋଇଛନ୍ତି।

Share