ମୋରଡ଼ା,୧୭ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରସିଦ୍ଧ ଚିତ୍ରଡ଼ା ରଥଯାତ୍ରାର ବାହୁଡ଼ା ପର୍ବ ମଙ୍ଗଳବାର ଶେଷ ହୋଇଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମଧ୍ୟାହ୍ନ ଧୂପ ପରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟରେ ବଡ଼ଠାକୁର ବଳଭଦ୍ର, ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସୁନାବେଶରେ ସଜାଯାଇଛି। ତେବେ ଏହି ସୁନାବେଶରେ ଥାଇ ଶ୍ରୀ ବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ଦିଆଯାଇଛି। ସୁନାବେଶକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଏଥିପାଇଁ ମନ୍ଦିର ପ୍ରଶାସନ ଓ ମୋରଡ଼ା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।